26.1 C
Bhubaneswar
Wednesday, March 25, 2026
Homeଓଡିଶାପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ

ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ

ଭୁବନେଶ୍ୱର: ପୁଣି ସୋସିଆଲ ମିଡିଆରେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ତେରଚ୍ଛା ବାଣ । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ । କହ୍ନେଇ, ସନ୍ନ୍ୟାସୀ କହି ତାଚ୍ଛଲ୍ୟ କଲେ ନାରୀନେତ୍ରୀ  ଶ୍ରୀମୟୀ। ଶ୍ରୀମୟୀ ଫେସବୁକରେ ଲେଖିଛନ୍ତି କି, କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ କରିଦେଲେ କହ୍ନେଇ । ଖାଲି ସେତିକି ନୁହେଁ, ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର। କିଛି ସମୟ ଅପେକ୍ଷା କରନ୍ତୁ ସବୁ ବୁଝିଯିବେ ।  ନାଁ ନନେଇଥିଲେ ବି ନବୀନ , ପାଣ୍ଡିଆନକୁ ଶ୍ରୀମୟୀଙ୍କ ନିଶାନା ବୋଲି ଚର୍ଚ୍ଚା ହେଉଛି । ଜୟ ଢୋଲକିଆ ବିଜେପିରେ ସାମିଲ ହେବା ଚର୍ଚ୍ଚା ମଧ୍ୟରେ ଶ୍ରୀମୟୀ ଏଭଳି କିଛି ପାଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନବୀନ ଏବଂ ପାଣ୍ଡିଆନଙ୍କୁ ନୂଆ ଢଙ୍ଗରେ ଟାର୍ଗେଟ କରିଥିଲେ ଶ୍ରିମୟୀ । କହିଁପେ ନିଗାହେ, କହିଁପେ ନିଶାନା ଉପାୟରେ ବେଶ ରୋଚକ ଭାବରେ ଫେସବୁକରେ ପୋଷ୍ଟ କରିଥିଲେ । ଯେଉଁଠି ଅନାମ ବାବୁଙ୍କର କାହାଣୀ ଲେଖିଥିଲେ ସେ । ଫେସବୁକରେ ଶ୍ରୀମୟୀ ଲେଖିଥିଲେ , ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।” ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା। ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ। ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ କରିଥିଲେ। କିନ୍ତୁ ସମୟ ସହିତ ତାଙ୍କର ଏହି ଖ୍ୟାତି ମଳିନ ହେବାକୁ ଲାଗିଲା, ଯେଉଁ ଦିନଠାରୁ ତାଙ୍କ ଏକମାତ୍ର ଝିଅ ଅନ୍ୟ ରାଜ୍ୟର ଏକ ଯୁବକଙ୍କୁ ବିବାହ କଲେ। ଅଷ୍ଟମଙ୍ଗଳା ପରେ ଜ୍ୱାଇଁ ନିଜ ଘରକୁ ଫେରିଲା ନାହିଁ, ବରଂ ଘର ଜ୍ୱାଇଁ ହୋଇ ଅନାମ ବାବୁଙ୍କ ଘରେ ରହିଗଲେ। ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ। ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା। ଲୋକେ ମୁହଁରେ କିଛି ନ କହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା। ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking