16.1 C
Bhubaneswar
Wednesday, January 14, 2026
Homeଓଡିଶାଶ୍ରୀମୟୀଙ୍କ ‘ସମୟ ବଡ଼ ବଳବାନ’ ନିଶାନା

ଶ୍ରୀମୟୀଙ୍କ ‘ସମୟ ବଡ଼ ବଳବାନ’ ନିଶାନା

ଭୁବନେଶ୍ୱର : ପୁଣି ଶ୍ରୀମୟୀ ମିଶ୍ରଙ୍କ ନିଶାନା । ସୋସିଆଲ ମିଡିଆରେ ‘ସମୟ ବଡ଼ ବଳବାନ’ ନିଶାନା । ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ନିଜ ହାକିମାତିକୁ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଆକ୍ରୋଶ ରଖି ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ରାଜନେତାଙ୍କୁ ଅପରାଧୀ ସଜାଇ ଜେଲ୍ ପଠାଇଥିବା ଆତ୍ମଘୋଷିତ ସର୍ବେସର୍ବା ଏବେ ନିଜର କଳା କାରନାମା ଖୋଲିଯିବା ଭୟରେ ଗୋଟିଏ ରାଜନୈତିକ ଦଳକୁ ବାଜି ଲଗାଇ ଦେଇଛନ୍ତି।

ଗୁରୁଙ୍କ ଦ୍ଵାରା ଯେଉଁ ଅଧ୍ୟାପକଙ୍କୁ କଷଟି ପଥରରେ ଚୟନ କରି ରାଜନୀତିରେ ସାମିଲ ସହ ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ ରାଜନୀତିର ମଙ୍ଗ ଧରିବାର ସୁଯୋଗ ଦିଆଯାଇଥିଲା , ତାଙ୍କୁ ଏହି ଆତ୍ମଘୋଷିତ ଶିଷ୍ୟ କ୍ଷମତାର ଦୁରୂପଯୋଗ କରି କେବଳ ଅପରାଧୀ ସଜାଇ ଜେଲ୍ ପଠାଇ ନଥିଲେ, ତାଙ୍କର ଏକମାତ୍ର ଝିଅର ସ୍ବପ୍ନର ପରିବାରରେ ବି ନିଆଁ ଲଗାଇ ଦେଇଥିଲେ। ଭଣ୍ଡ ସନ୍ୟାସୀଙ୍କ ଏହି ସବୁ କୁକର୍ମରେ ଯିଏ ସେତେବେଳେ ସହଯୋଗୀ ଥିଲେ ଏବେ ତାଙ୍କ ଉପରେ ସମୟ ହିଁ ଦାଉ ସାଧିବ। ସମୟ ବଡ଼ ବଳବାନ।

ପ୍ରତ୍ୟେକ ଭଲମନ୍ଦ କାର୍ଯ୍ୟ ଯାହା ଆପଣ କରନ୍ତି, ତାହା ସେହି ହିସାବରେ ଆପଣଙ୍କ ନିକଟକୁ ଫେରିଆସେ। ଏହା ପ୍ରକୃତିର ନିୟମ। ଅଘୋଷିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଏବେ ଯେଉଁମାନେ ବିକ୍ଷୋଭ-ପ୍ରତିବାଦ କରୁଛନ୍ତି, ଟିକେ ନିଜର ବିବେକକୁ ପଚାରନ୍ତୁ, ସେମାନେ କ’ଣ ଆଇନରୁ ଊର୍ଦ୍ଧ୍ବରେ କି? ଯିଏ ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ନିର୍ମାତାଙ୍କ ଭରସା ବଜାୟ ରହୁ। ଅହଙ୍କାରରେ ଜର୍ଜରିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶର ଯୁକ୍ତିଯୁକ୍ତ ପ୍ରତିବାଦର ସାମର୍ଥ୍ୟ ଭଗବାନ ଆପଣମାନଙ୍କୁ ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking