34.1 C
Bhubaneswar
Friday, March 20, 2026
Homeଓଡିଶାଜମି ନେଇ ଶିଳ୍ପ କରୁନଥିବା ୨୫ଶିଳ୍ପାନୁଷ୍ଠାକୁ କାରଣ ଦର୍ଶାଅ ନୋଟିସ୍

ଜମି ନେଇ ଶିଳ୍ପ କରୁନଥିବା ୨୫ଶିଳ୍ପାନୁଷ୍ଠାକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ଵର: ଜମି ନେଇ ଶିଳ୍ପ କରୁନଥିବା ଶିଳ୍ପାନୁଷ୍ଠାନ ଉପରେ ସରକାରଙ୍କ ବଡ଼ ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର। ନୋଟିସ ପରେ ୭ ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ କରାଯାଇଛି। ଏଥିସହ ୫ଟି ଶିଳ୍ପ ସଂସ୍ଥା ଜମି ଆବଣ୍ଟନ ରଦ୍ଦ ମାମଲା କୋର୍ଟରେ ବିଚାରଧୀନ ରହିଛି। ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଲିଖିତ ଉତ୍ତର ରଖିଛନ୍ତି।

ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଇଡକୋ ମାଧ୍ୟମରେ ଆବଣ୍ଟିତ ହୋଇଥିବା ଜମି ମଧ୍ୟରୁ ୯୧୪ ଟି ଶିଳ୍ପ ସଂସ୍ଥା ବନ୍ଦ ପଡ଼ିଛି। ସେମାନଙ୍କ ମଧ୍ୟରୁ ଇଡ଼କୋ ନିୟମ ଅନୁଯାୟୀ ୬୬୫ ଗୋଟି କାରଣ ଦର୍ଶାଅ ନୋଟିସ ଓ ସେଥି ମଧ୍ୟରୁ ୨୬୭ ଟି ଶିଳ୍ପ ସଂସ୍ଥା ମାନଙ୍କର ଆବଣ୍ଟନ ରଦ୍ଦ କରାଯାଇଛି। ସେହି ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ ଟି ଶିଳ୍ପ ସଂସ୍ଥା ବିରୁଦ୍ଧରେ EUO କେସ ରୁଜ୍ଜୁ କରାଯାଇଛି। ୬ଟି ଶିଳ୍ପ ସଂସ୍ଥା ଜମି ଆବଣ୍ଟନ ବିରୁଧ ମାମଲା କୋର୍ଟରେ ବିଚାରଧିନ ରହିଛି। ଏଥିସହ ବିଭିନ୍ନ କାରଣରୁ ଜମି ନେଇ ୬୪୦ ଶିଳ୍ପ ସଂସ୍ଥା ନଚଳାଇ ପରିବାରୁ ଅନ୍ୟ ସଂସ୍ଥାକୁ ସେହି ଜମି ଲିଜ୍ ଆକାରରେ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking