ଭୁବନେଶ୍ୱର : ଖୋର୍ଦ୍ଧାର ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୧୭ଟି ନିର୍ମାଣ ପଥର ଖଣି, ୨ ଗୋଟି ମାଙ୍କଡ଼ା ପଥର ଖଣି ଧାର୍ଯ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ । ସାତଦିନ ମଧ୍ୟରେ ଜରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୟାଲଟି, ଆନୁସଙ୍ଘିକ ଦେୟ, ଅଧିକ ଉତ୍ତୋଳନ ପାଇଁ ଜରିମାନା ଦେବାକୁ ପଡ଼ିବ । ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।