26.1 C
Bhubaneswar
Wednesday, March 25, 2026
Homeଓଡିଶାଅଗ୍ନିଶମ ବିଭାଗକୁ କାରଣ ଦର୍ଶାଅ ନୋଟିସ୍‌

ଅଗ୍ନିଶମ ବିଭାଗକୁ କାରଣ ଦର୍ଶାଅ ନୋଟିସ୍‌

କଟକ: କୌଣସି ଅନୁଷ୍ଠାନକୁ କେବେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦିଆଗଲା,ସାର୍ଟିଫିକେଟ୍‌ର ଅବଧି କେତେଦିନ ରହିଛି ସେ ସଂକ୍ରାନ୍ତରେ ସ୍ପଷ୍ଟ ଭାବେ କିଛି ସାର୍ଟିଫିକେଟ୍ ଉଲ୍ଲେଖ କରାଯାଉ ନାହିଁ। ଫଳରେ ଏହି ସାର୍ଟିଫିକେଟ୍ କେବଳ ଏକ ଔପଚାରିକତାରେ ପରିଣତ ହୋଇଛି। ବିଭିନ୍ନ ମେଡିକାଲକୁ ଦିଆଯାଉଥିବା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରସଙ୍ଗରେ ହାଇକୋର୍ଟ ଏଭଳି ଭାବେ ଉଦ୍‌ବେଗ ପ୍ରକାଶ କରିବା ସହ ଅଗ୍ନିଶମ ବିଭାଗକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। କେନ୍ଦ୍ରାପଡ଼ାର ହେଲଥ୍ କେୟାର ହସ୍ପିଟାଲ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତିଏସ୍‌.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଆହୁରିମଧ୍ୟ ଅଗ୍ନିଶମ ଡିଜି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିପରି ରହିଛି ସେ ସଂକ୍ରାନ୍ତରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବେ। ଉଭୟ ଘରୋଇ ଏବଂ ସରକାରୀ ହସ୍ପିଟାଲ ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ ଜଣାଇବେ। ପ୍ରତ୍ୟେକ ହସ୍ପିଟାଲର ଅଡିଟ୍ ରିପୋର୍ଟ ଆସନ୍ତା ଚାରିମାସ ମଧ୍ୟରେ ଅଦାଲତରେ ଦାଖଲ କରାଯିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ମାମଲାର ଶୁଣାଣି ଆସନ୍ତା ଫେବ୍ରୁଆରୀ ୧୯କୁ ଧାର୍ଯ୍ୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking