21.1 C
Bhubaneswar
Thursday, February 19, 2026
Homeଓଡିଶାକଟକରେ ଫୁଟିଲା ଗୁଳି: ଯୁବକ ମୃତ

କଟକରେ ଫୁଟିଲା ଗୁଳି: ଯୁବକ ମୃତ

କଟକ: କଟକରେ ଫୁଟିଲା ଗୁଳି । ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଫାୟାରିଂ । କଟକର ମଧୁପାଟଣା ଥାନା ନୂଆପଡା ପ୍ରେସ କଲୋନୀରେ ଫାୟାରିଂ ହୋଇଛି । ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା । ସୂଚନା ଅନୁସାରେ ଆଜି ନୂଆପଡା ପ୍ରେସ କଲୋନୀରେ ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଫାୟାରିଂ ହୋଇଛି। ଫାୟାରିଂ ବେଳେ ଗୁଳି ଯୁବକଙ୍କ ଛାତିରେ ବାଜିଥିଲା । ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ଓ କାହିଁକି ଗୁଳି କଲା ତାହାର କାରଣ ସ୍ପଷ୍ଟ ହୋଇନି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ମନରେ ପ୍ରଶ୍ନ ଉଠୁଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ନା ଯୋଜନା ବଦ୍ଧ ଭାବେ ହତ୍ୟା?  ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଉଛିି କି ଅପରାଧୀ । ମନରେ ଡର ଭୟକୁ ଏଡାଇ ସବୁ ସୀମା ପାର କରି ଏଭଳି କାଣ୍ଡ ଘଟାଉଛନ୍ତି ଆତତାୟୀ । ଗତକାଲି ରାଜ୍ୟପାଳ ହରିବାବୁ କମ୍ଭମପାଟି ବିଧାନସଭା ବଜେଟ ଅଧିବେଶନ ରେ ନିଜର ଅଭିଭାଷଣରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ ରହିଥିବା ନେଇ କହିବା ବେଳେ ଦିନକୁ ଦିନ ରାଜ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା କୁହାଯାଉଛି । ଉକ୍ତ ଘଟଣା ଜ୍ୱଳନ୍ତ ଉଦାହରଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking