ସମ୍ବଲପୁର: ସମ୍ବଲୁର ସହର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଏୟାରଗନ୍ରେ ଯୁବକ ଖେଳୁଥିବା ବେଳେ ଫୁଟିଲା ଗୁଳି । ଗୁଳି ଫୁଟି ନାବାଳକଙ୍କ ଦେହରେ ବାଜିଲା । ଗୁଳିରେ ଗୁରୁତର ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ବୁର୍ଲା ମେଡିକାଲ ନିଆଯାଇଥିଲା । ବୁର୍ଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ତାନାନ୍ତର କରାଯାଇଛି । ସଦର ଥାନା ମିର୍ଗାମୁଣ୍ଡା ରାସନପୁର ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖଛି ପୋଲିସ । ଯୁବକ ଜଣକ କାହିଁକି ଫାୟାରିଂ କଲା ସେନେଇ ପଚରାଉଚରା ସହ ତଦନ୍ତ ଆରମ୍ଭ କରିଛିି ପୋଲିସ । ତଦନ୍ତ ସମୟରେ ଯୁବକଙ୍କ ମିରିଗାମୁଣ୍ଡା ଘରୁ ପ୍ରଚୁର ମାରଣାସ୍ତ୍ର ଜବତ କରିଛି ପୋଲିସ ।









