25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଆମେରିକାରେ ସଟ୍‌ ଡାଉନ୍

ଆମେରିକାରେ ସଟ୍‌ ଡାଉନ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଆମେରିକାରେ ସଟ୍‌ ଡାଉନ୍ । ସମସ୍ତ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଛି। ୨୦୧୯ ପରେ ଏହା ପ୍ରଥମ ସରକାରୀ ସଟ୍‌ ଡାଉନ୍ । ଆମେରିକା ସମୟ ଅନୁସାରେ ମଧ୍ୟରାତ୍ରିରୁ ଏହି ବନ୍ଦ ଲାଗୁ ହୋଇଛି। ଫଣ୍ଡିଂ ବିଲ୍ ପାସ୍ ନହୋଇ ପାରିବାରୁ ସଟ୍‌ ଡାଉନ୍ ହେଲା ସରାକରୀ ବ୍ୟବସ୍ଥା । ମଙ୍ଗଳବାର ରାତିରେ ଫଣ୍ଡିଂ ବିଲ୍ ଉପରେ ହୋଇଥିଲା ଭୋଟିଂ । ସିନେଟ୍‌ରେ ବିଲ୍ ପାସ୍ କରିବାରେ ବିଫଳ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେନେଟରେ ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ କରିବା ପାଇଁ ଟ୍ରମ୍ପଙ୍କ ଦଳକୁ ଅତି କମରେ ୬୦ ଭୋଟ୍ ଆବଶ୍ୟକ ଥିଲା, କିନ୍ତୁ ସେମାନେ କେବଳ ୫୫ ଭୋଟ୍ ପାଇପାରିଲେ।

ସୂଚନା ଅନୁସାରେ, ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଅନେକ ସାଂସଦ ବିଲ୍ ବିରୋଧରେ ଭୋଟ ଦେଇଛନ୍ତି । ଫଳରେ ଆମେରିକାରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସଟ୍‌ ଡାଉନ୍ ହେବା ଦ୍ୱାରା ଆମେରିକା ସରକାର ପାଖରେ ଖର୍ଚ୍ଚ କରିବା ପାଇଁ ଅର୍ଥ ନାହିଁ । ସେଥିପାଇଁ ସିନେଟ୍‌ରେ ଫଣ୍ଡିଂ ବିଲ୍ ପାସ୍ ହେବା ନିହାତି ଜରୁରୀ । ଅକ୍ଟୋବର ୧ ତାରିଖରୁ ଆମେରିକାର ଆର୍ଥିକ ବର୍ଷ ଆରମ୍ଭ ହୁଏ । ତେଣୁ ଅକ୍ଟୋବର ୧ ପୂର୍ବରୁ ବିଲ୍ ପାସ୍‌ ହେବା ନିହାତି ଜରୁରୀ । ଆଜି ପୁଣିଥରେ ଫଣ୍ଡିଂ ବିଲ୍‌ ଉପରେ ଆଲୋଚନା ହେବ ।

ସଟ୍‌ ଡାଉନ୍ ହେବା ଅର୍ଥ ହେଉଛି ସମଗ୍ର ଆମେରିକାରେ ସରକାରୀ ସଂସ୍ଥାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଯିବ। ସରକାରୀ ବନ୍ଦ ଅନୁସାରେ, ଅଣ-ଅତ୍ୟାବଶ୍ୟକୀୟ ବୋଲି ବିବେଚିତ ଫେଡେରାଲ୍ କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ। ସାମରିକ କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକୀୟ କର୍ମଚାରୀମାନଙ୍କୁ ବିନା ଦରମାରେ କାମ କରିବାକୁ ପଡିବ।

ଆମେରିକାରେ କେତେଥର ସଟ୍‌ ଡାଉନ୍ ହୋଇଛି?

ବର୍ଷ (ତାରିଖ) ବନ୍ଦ କେତେ ଦିନ ଧରି ଚାଲିଥିଲା? ରାଷ୍ଟ୍ରପତି କିଏ ଥିଲେ?
ଫେବୃଆରୀ 9, 2018
ଟ୍ରମ୍ପ
ଡିସେମ୍ବର ୧୯, ୧୯୮୭
ରିଗନ
୧୭ ଅକ୍ଟୋବର, ୧୯୮୬
ରିଗନ
୪ ଅକ୍ଟୋବର, ୧୯୮୪
ରିଗନ
ଅକ୍ଟୋବର ୧, ୧୯୮୨
ରିଗନ
ଜାନୁଆରୀ ୨୦, ୨୦୧୮
ଟ୍ରମ୍ପ
୧ ଅକ୍ଟୋବର, ୧୯୮୪
ରିଗନ
୨୧ ନଭେମ୍ବର, ୧୯୮୧
ରିଗନ
ଅକ୍ଟୋବର ୬, ୧୯୯୦
ବୁଶ
୧୧ ନଭେମ୍ବର, ୧୯୮୩
ରିଗନ
୧୮ ଡିସେମ୍ବର, ୧୯୮୨
ରିଗନ
୧୪ ନଭେମ୍ବର, ୧୯୯୫
କ୍ଲିଣ୍ଟନ୍
ଡିସେମ୍ବର ୧, ୧୯୭୭
କାର୍ଟର
ନଭେମ୍ବର ୧, ୧୯୭୬
କାର୍ଟର
୧ ଅକ୍ଟୋବର, ୧୯୭୬
୧୦ ଫୋର୍ଡ
ଅକ୍ଟୋବର ୧, ୧୯୭୯
କାର୍ଟର
୧ ଅକ୍ଟୋବର ୧୯୭୭
୧୨
କାର୍ଟର
ଅକ୍ଟୋବର ୧, ୨୦୧୩
୧୬
ଓବାମା
ଅକ୍ଟୋବର ୧, ୧୯୭୮
୧୭
କାର୍ଟର
ଡିସେମ୍ବର ୧୬, ୧୯୯୫
କ୍ଲିଣ୍ଟନ୍
ଡିସେମ୍ବର ୨୨, ୨୦୧୮
୩୪
ଟ୍ରମ୍ପ

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking