ନୟାଗଡ: ନୂଆ ଗାଁ ବ୍ଲକ ଅଫିସରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ବିଧାୟକ ରାଗିଯାଇ ଫାଇଲ ଫୋପାଡିବାର ଦୃଶ୍ୟ ଦେଖିବାକୁ ମିଳିଛି । ନୂଆ ଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର ସମୀକ୍ଷା ନେଇ ପଞ୍ଚାୟତ ସମିତି ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା । ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାମ ଅଧପନ୍ତରିଆ ପଡିଥିବା ବେଳେ ଶୀଘ୍ର ସାରିବାକୁ ତାଗିଦ କରିଥିଲେ ବିଧାୟକ । ଏପରିକି ବୈଠକ ଅଧାରୁ ବିଡିଓଙ୍କ ଉପରେ ଖପା ହେଲେ । ଆଗକୁ ଉନ୍ନୟନ ମୂଳକ କାଯ୍ୟ ଅଟକିଲେ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ ବିଧାୟକ । ତେବେ ଏନେଇ ନୂଆଗାଁ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।










