22.1 C
Bhubaneswar
Sunday, February 15, 2026
Homeଓଡିଶାଶ୍ରୀମନ୍ଦିରରେ ଖସାପଡ଼ା ନୀତି : ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଖସାପଡ଼ା ନୀତି : ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖସାପଡ଼ା ନୀତି। ଏହି ନୀତି ନିମନ୍ତେ ଅପରାହ୍ନ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ପରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ।ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ନୀତି ଶେଷ କରି ଦଇତାପତିମାନେ ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ଓ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking