ବାରିପଦା: ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୁଳିମାଡ । ବାଇକରେ ଆସିଲେ ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ। ଏନଏଚ୍-୧୮ ଅସନେଯାଡା ନିକଟରେ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ । ଆଜି ବାରିପଦାରେ ଏପରି ଏକ ଜଘନ୍ୟ ଅପରାଧ ଦେଖିବାକୁ ମିଲିଛି। ଦିନ ଦ୍ୱିପ୍ରହରେ ଆତଙ୍କ ଖେଳାଇଛନ୍ତି ୩ ଜଣ ଦୁର୍ବୃତ୍ତ। ସୂଚନା ଅନୁସାରେ, ଲୁଟ୍ ଉଦ୍ୟମ କରି ବିଫଳ ହେବାରୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ। ଫଳରେ ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଗୁଲିକାଣ୍ଡରେ ଜଣେ ଗୁରୁତର ହୋଇ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗୁଳି ବାଜିଛି। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।








