ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁରକ୍ଷାକର୍ମୀ। ଏହା ଏକ ଟାର୍ଗେଟେଡ ସୁଟିଂ ବୋଲି କୁହାଯାଉଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ସେ ଆଫଗାନିସ୍ତାନ ବଂଶୋଦ୍ଭୋବ ବୋଲି ଜଣାପଡିଛି । ସୁରକ୍ଷାକର୍ମୀ ସହିତ ସନ୍ଦିଗ୍ଧ ର ଗୁଳିବିନିମୟ ହୋଇଥିଲା ାଘଟଣାସ୍ଥଳରେ ସିକ୍ରେଟ ଏଜେଣ୍ଟ ଓ ଏକ୍ସପ୍ଲୋସିଭ ବ୍ୟୁରୋ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରି ତଦନ୍ତ କରୁଛି । ଏହି ଗୁଳିକାଣ୍ଡ ପରେ ହ୍ୱାଇଟ ହାଉସର ସୁରକ୍ଷା ପାଇଁ ୫୦୦ ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆଗରୁ ଗତ ଅଗଷ୍ଟ ମାସରେ ୩୦୦ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଥିଲା ହ୍ୱାଇଟ ହାଉସରେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ବହୁତ ମହଙ୍ଗା ପଡିବ ବୋଲି କହିଛନ୍ତି ଟ୍ରମ୍ପ ।










