31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଗାଜାରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ, ୩୮ ମୃତ

ଗାଜାରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ, ୩୮ ମୃତ

ନୂଆଦିଲ୍ଲୀ: ଗାଜାରେ ପୁଣି ଥରେ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ଗାଜା ପଟ୍ଟି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଶନିବାର ଦିନ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଗୁଳିକାଣ୍ଡରେ ଅତି କମରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଏଥିସହ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଉତ୍ତର ଗାଜାର ଏକ ଅଞ୍ଚଳରେ ଘଟିଛି, ଯେଉଁଠାରେ ହଜାର ହଜାର ଲୋକ ଖାଦ୍ୟ ସାମଗ୍ରୀ ନେବା ପାଇଁ ଏକାଠି ହୋଇଥିଲେ। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଲୋକମାନେ ଖାଦ୍ୟ ସହାୟତା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ଗୁଳିମାଡ ଆରମ୍ଭ ହୋଇଥିଲା। ମୃତକଙ୍କ ମଧ୍ୟରେ ଅନେକ ମହିଳା

ଏବଂ ଛୋଟ ପିଲା ମଧ୍ୟ ଅଛନ୍ତି। ଆହତ ମାନଙ୍କୁ ଗାଜାର କିଛି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ସମୟରେ ଗାଜାରେ ମାନବିୟ ସଙ୍କଟ ଶୀର୍ଷରେ ଅଛି। ମାସ ମାସ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ, ଅଞ୍ଚଳରେ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ବିଦ୍ୟୁତ୍ ର ଏକ ବଡ଼ ଅଭାବ ଦେଖାଦେଇଛି। ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ଗୁଡ଼ିକ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ, ଯଦି ଶୀଘ୍ର ସହାୟତା ନ ପହଞ୍ଚେ, ତେବେ ଗାଜାରେ ଅନାହାର ଏବଂ ରୋଗ ଯୋଗୁଁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିପାରେ। ତଥାପି, ଏହି ଘଟଣା ଉପରେ ଇସ୍ରାଏଲ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଦିଆଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking