14.1 C
Bhubaneswar
Sunday, January 18, 2026
Homeଓଡିଶାଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଗୁଳିମାଡ

ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଗୁଳିମାଡ

ଅନୁଗୁଳ : ଠାକୁରଗଡ଼ ଥାନା ଜନକପୁର ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼। ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ଜନକପୁର ଗ୍ରାମର ଧୃବ ନାୟକ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା। ଛତୁ ସଂଗ୍ରହ କରୁଥିବା ସମୟରେ ଏକ ଶିକାରୀ ବନ୍ଧୁକ ଗୁଳି ଧୃବ ନାୟକର ବାମ ଗୋଡ଼ରେ ବାଜିଥିଲା। ଶିକାରୀମାନେ ଜନ୍ତୁ ଶିକାର କରିବାକୁ ଯାଇ ଏଭଳି ଗୁଳି କରିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking