26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଇସ୍ରାଏଲରେ ହୁତି କ୍ଷେପଣାସ୍ତ୍ର ମାଡ଼

ଇସ୍ରାଏଲରେ ହୁତି କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ୍ : ପ୍ରଥମ ଥର ପାଇଁ ୟେମେନ୍ ସ୍ଥିତ ହୁତି ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏସବୁ କିଛି ଦେଖିବାକୁ ମିଳିନଥିବା ବେଳେ କେନ୍ଦ୍ରୀୟ ଇସ୍ରାଏଲରେ ହୁତି ଆତଙ୍କୀଙ୍କ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଏହାକୁ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର କୁହାଯାଉଛି । ୟେମେନରୁ କେନ୍ଦ୍ରୀୟ ଇସ୍ରାଏଲ ପର୍ଯ୍ୟନ୍ତ ୨୦୪୦ କିଲୋମିଟର (୧୨୭୦ ମାଇଲ) ଯାତ୍ରା କରିବାକୁ ଏହି କ୍ଷେପଣାସ୍ତ୍ରକୁ ମାତ୍ର ୧୧ ମିନିଟ୍ ୩୦ ସେକେଣ୍ଡ ସମୟ ଲାଗିଥିଲା । ୟେମେନର ହୁତିମାନଙ୍କର ଏହି କ୍ଷେପଣାସ୍ତ୍ର କେନ୍ଦ୍ରୀୟ ଗାଜାରେ ମାଡ଼ ହୋଇଥିବା ବେଳେ ବ୍ୟାପକ କ୍ଷତି ଘଟାଇଛି । ଜନବସତି ନଥିବାରୁ ଏଠାରେ କୌଣସି ମୃତାହତ ଘଟଣା ଦେଖିବାକୁ ମିଳିନାହିଁ । ହୁତି ଆତଙ୍କୀଙ୍କ ପକ୍ଷରୁ ଏହି ଆକ୍ରମଣର ଶ୍ରେୟ ନିଆଯାଇଛି । ଏଥିସହ ଇସ୍ରାଏଲର ଯେକୌଣସି ସ୍ଥାନରେ ଆକ୍ରମଣ କରିବାକୁ ସକ୍ଷମ ବୋଲି ହୁତି ଆତଙ୍କୀ ସଂଗଠନ ଦୋହରାଇଛି ।ଅନ୍ୟପକ୍ଷେ ହୁତି ଆତଙ୍କୀଙ୍କ ଏପ୍ରକାର ଆକ୍ରମଣକୁ ନେଇ ଇସ୍ରାଏଲ ସେନା ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୀବ୍ର ପ୍ରତିକ୍ରିୟାଶୀଳ

ହୋଇପଡିଛନ୍ତି । ହୁତିବାସୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଡ଼ା ଚେତାବନୀ ଦେଇଛନ୍ତି । ଉତ୍ତର ୟେମେନକୁ ନିୟନ୍ତ୍ରଣ କରୁଥିବା ଇରାନ-ହୁଥି ମେଣ୍ଟକୁ ଇସ୍ରାଏଲ ବଡ଼ ମୂଲ୍ୟ ଦେବ ବୋଲି ସେ କହିଛନ୍ତି । ଇସ୍ରାଏଲ ସେନା କହିଛି ଯେ, ହୁତି ଆତଙ୍କୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବା କ୍ଷେପଣାସ୍ତ୍ରଟିକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିଦିଆଯାଇଥିଲା । ଆଇରନ ଡୋମ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବ୍ୟବହାର କରି ଉକ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରାଯାଇଥିଲା ବୋଲି ଇସ୍ରାଏଲର ସେନା ସୂଚନା ଦେଇଛି । କିନ୍ତୁ ବିଭିନ୍ନ ଅନ୍ତର୍ଜାତୀୟ ମିଡିଆର ସୂଚନା ଅନୁସାରେ କ୍ଷେପଣାସ୍ତ୍ରଟି ଇସ୍ରାଏଲର ଏକ ଏୟାରପୋର୍ଟ ନିକଟରେ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking