19.1 C
Bhubaneswar
Tuesday, February 10, 2026
Homeଅପରାଧଛାତି ଥରା ଘଟଣା: ୫ବର୍ଷ ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ଛାତି ଥରା ଘଟଣା: ୫ବର୍ଷ ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ବାଙ୍ଗାଲୋର: କର୍ଣ୍ଣାଟକରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୫ ବର୍ଷର ଝିଅକୁ ଅତି ଅମାନଷିକ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ସୂଚନା ରହିଛି। କର୍ଣ୍ଣାଟକର ହୁବଲିରେ ଘଟିଛି ଏହି ଘଟଣା। ପୋଲିସ ଘଟଣାର ଯାଞ୍ଚ ଜାରି ରଖିଛି। ଅଭିଯୁକ୍ତର ନାଁ ରିତେଶ କୁମାର ବୋଲି ସୂଚନା ମିଳିଛି। ଯାହାର ବୟସ ୩୫ ବର୍ଷ। ବିହାରର ପାଟଣା ରିତେଶର ଘର। ୫ବର୍ଷର ଝିଅ ନିଜ ଘର ସାମ୍ନାରେ ଖେଳୁଥିଲା। ସେହି ସମୟରେ ଅଭିଯୁକ୍ତ ରିତେଶ ଝିଅ ଉପରେ ନଜର ପଡ଼ିଥିଲା। ୫ବର୍ଷର ଝିଅକୁ ସେଠାରୁ ଉଠାଇ ଆଣି ଏକ ଢ଼ାବା ପଛରେ ପ୍ରଥମେ ଦୁଷ୍କର୍ମ ଏବଂ ପରେ ଝିଅକୁ ହତ୍ୟା କରିଥିଲା ରିତେଶ। ଝିଅଟି ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲା ଚିତ୍କାର ଏତେ ଜୋରରେ ଥିଲା କି ସ୍ଥାନୀୟ ଲୋକ ମଧ୍ୟ ଢ଼ାବା ପଛକୁ ଦୌଡ଼ିଥିଲେ।

ହେଲେ ଲୋକମାନେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ରିତେଶ ୫ ବର୍ଷର ଝିଅ ସହ ଦୁଷ୍କର୍ମ କରି ଝିଅକୁ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲା।ରିତେଶ ଝିଅଟିକୁ ଘର ସାମ୍ନାରୁ ଉଠାଇ ନେଉଥିବାର ଫୁଟେଜ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତ ରିତେଶଙ୍କ ବିରୋଧରେ ପୋସ୍କୋ ଆଇନ ଅନୁଯାୟୀ ହତ୍ୟା ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ପରିଚୟ ଯାଞ୍ଚ ପାଇଁ ତାକୁ ତା ଘରକୁ ନିଆଯାଇଥିଲା। ଏହି ସମୟରେ ରିତେଶ ପୋଲିସ ଉପରେ ପଥର ମାଡ଼ କରି ଖସି ଯିବାକୁ ଚେଷ୍ଟା କରୁଥିଲା। ପରିଚୟ ପତ୍ର ନେଇ ରିତେଶ ପୋଲିସକୁ ଲୁଚାଇବାକୁ ଚାହୁୂଁଥିଲା। ପୋଲିସ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି କି ମହିଳା ଅଧିକାରୀ ରିତେଶକୁ ଡରାଇବା ଏବଂ ଚେତାବନୀ ଦେବା ପାଇଁ ଗୁଳି ଚାଳନା କରିଥିଲେ। କିନ୍ତୁ ପରେ ଯେତେବେଳେ ରିତେଶ ଖସି ଯିବାକୁ ଚେଷ୍ଟା କରି ଦୌଡ଼ି ପଳାଥିଲା ପୋଲିସ କର୍ମୀ ଦୁଇରୁ ୩ ରାଉଣ୍ଡ ଗୁଳିଚାଳନା କରିଥିଲେ। ଅଭିଯୁକ୍ତକୁୂ ରୋକିବା ପାଇଁ। ଗୁଳି ତା ପାଦରେ ଏବଂ ପିଠିରେ ଲାଗିଥିଲା। ରିତେଶକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking