17.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆଜମ ଖାନ୍‌ଙ୍କୁ ଝଟ୍‌କା; ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ

ଆଜମ ଖାନ୍‌ଙ୍କୁ ଝଟ୍‌କା; ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ

ପୂର୍ବତନ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ୨୦୦୭ରେ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ମାଧ୍ୟମରେ ଦଙ୍ଗା ତଥା ହିଂସାକାଣ୍ଡ ଭଳି ଅଘଟଣ ଘଟାଇବା ପଛରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଥିବା ବେଳେ ଏହି ମାମଲାର ଶୁଣାଣି ଜାରି ରହିଛି । ତେବେ ନିକଟରେ ଆଜମ୍ ଖାନ୍ ଏହି ମାମଲାକୁ ଅନ୍ୟତ୍ର ଅର୍ଥାତ୍ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କର ଏହି ଦାବି ତଥା ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଆଜମ୍ ଖାନ୍‌କୁ ଜୋରଦାର ଝଟ୍‌କା ଲାଗିଛି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମାମଲା ସ୍ଥାନାନ୍ତର ପାଇଁ ଦିଆଯାଇଥିବା କାରଣ ଯଥେଷ୍ଟ ନୁହେଁ ।

ଆଜମ ଖାନ୍ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଉପସ୍ଥାପିତ ଭିଡିଓ କ୍ଲିପ୍ ସହିତ ହେରଫେର କରାଯାଇଛି । ତାଙ୍କ କହିବାନୁସାରେ ଭିଡିଓ ଆକାରରେ ଥିବା ପ୍ରମାଣକୁ ପରିବର୍ତ୍ତନ କରି ଅଡିଓ ଫର୍ମାଟ୍‌ରେ କୋର୍ଟରେ ଉପସ୍ଥାପନ କରାଯାଇଥିଲା, ଯାହା ପ୍ରମାଣର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାଏ । ଯଦି ଏହି ପରିବର୍ତ୍ତିତ ଅଡିଓକୁ ପ୍ରମାଣ ଭାବରେ ବିବେଚନା କରାଯାଏ, ତେବେ ତାଙ୍କୁ ଭୁଲ୍ ଉପାୟରେ ଦୋଷୀ ସାବ୍ୟସ୍ତ କରାଯାଇପାରେ । ସୁପ୍ରିମକୋର୍ଟରେ ଆଜମ ଖାନ୍‌ଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ବାଢ଼ିଥିଲେ । ସିବଲ୍ କହିଛନ୍ତି ଯେ, ଭିଡିଓ ପ୍ରମାଣକୁ ଅଡିଓ ରୂପରେ ରୂପାନ୍ତରିତ କରି କୋର୍ଟରେ ଉପସ୍ଥାପନ କରିବା କୋର୍ଟ ରେକର୍ଡ ସହିତ ହେରଫେର କରିବା ସହିତ ସମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking