ମୟୁରଭଞ୍ଜ: ବର୍ଷା ଋତୁ ଯୋଗୁଁ ପଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ଏହା ବଳବତ୍ତର ରହିବ । ତେବେ ପଯ୍ୟଟକମାନେ ଜାମୁଆଣି , ଗୁଡୁଗୁଡିଆ, କୁମାରୀ, ବରେହିପାଣୀ ଓ ରାମତୀର୍ଥ ଇକୋ ଟୁରିଜିମ ପ୍ରକଳ୍ପ ବୁଲିପାରିବେ ।