16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଶିଳ୍ପା ସେଟ୍ଟି ଓ ରାଜ୍ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି

ଶିଳ୍ପା ସେଟ୍ଟି ଓ ରାଜ୍ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଦମ୍ପତିଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ । ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଘର ଖାଲି କରିବା ପାଇଁ ଶିଳ୍ପା ଓ ରାଜଙ୍କୁ ନୋଟିସ୍ ପଠାଇଥିଲା । ଏହାପରେ ଦମ୍ପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ କୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେମାନଙ୍କ ଆବେଦନ ଉପରେ ନିଷ୍ପତ୍ତି ନ ହୋଇଛି, ସେପର୍ଯ୍ୟନ୍ତ ଇଡି ତା’ର ନୋଟିସ୍‌କୁ କାର୍ଯ୍ୟକାରୀ କରିବ ନାହିଁ । ଶିଳ୍ପା ଓ ରାଜ୍‌ଙ୍କୁ ମନି ଲଣ୍ଡରିଂ ମାମଲା ସହ ଜଡ଼ିତ ତଦନ୍ତରେ ଇଡି ନୋଟିସ୍ ପଠାଇଥିଲା । ଏଥିରେ ଦମ୍ପତିଙ୍କୁ ଘର ଏବଂ ଫାର୍ମହାଉସ୍ ଖାଲି କରିବାକୁ ଆଦେଶ ଦିଆଯାଇଥିଲା ।

ମୁମ୍ବାଇର ଜୁହୁସ୍ଥିତ ଘର ଏବଂ ପୁଣେ ଫାର୍ମହାଉସ୍‌କୁ ଖାଲି କରିବା ପାଇଁ ଶିଳ୍ପା ଓ ରାଜ୍‌ଙ୍କୁ ୧୦ ଦିନର ସମୟ ମିଳିଥିଲା । ଏବେ ଏହି ମାମଲାରେ ଦମ୍ପତିଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । କୋର୍ଟଙ୍କ ପରବର୍ତ୍ତୀ ଆଦେଶ ଯାଏ ସେମାନଙ୍କୁ ଘର ଖାଲି କରିବାକୁ ପଡ଼ିବ ନାହିଁ । ଏବେ ଇଡି ହାଇକୋର୍ଟଙ୍କୁ କହିଛି ଯେ ଶିଳ୍ପା ଓ ରାଜ୍‌ଙ୍କୁ ଦେଇଥିବା ନୋଟିସ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ । କହି ରଖୁଛୁ, ସେପ୍ଟେମ୍ବର ୨୭ରେ ଇଡି ଶିଳ୍ପା ସେଟ୍ଟି ଓ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଘର ଏବଂ ପୁଣେ ଫାର୍ମହାଉସ୍‌କୁ ଖାଲି କରିବାକୁ ନୋଟିସ୍ ଜାରି କରିଥିଲା । ଦମ୍ପତି ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ । ଏହା ସହିତ ଏହାକୁ ବେଆଇନ ବୋଲି ଦର୍ଶାଇ ନୋଟିସ୍‌କୁ ରଦ୍ଦ କରିବାକୁ ଦାବି ମଧ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking