24.1 C
Bhubaneswar
Saturday, December 27, 2025
Homeଓଡିଶାହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ

ଭୁବନେଶ୍ୱର: ପର୍ଯ୍ୟଟନର ଋତୁ ଚାଲିଛି । ଏହି ସମୟରେ ହାତୀ ପାଇଁ ଶିଖରଚଣ୍ଡୀକୁ ବନ୍ଦ କରାଯାଇଛି । ଫିକା ପଡିଛି ପର୍ଯ୍ୟଟକଙ୍କ ଶୀଖରଚଣ୍ଡୀ ପୀଠ ବୁଲିବା । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡରେ ୨ ଦନ୍ତା ହାତୀ ବୁଲିବା ଘଟଣାରେ ଶୀଖରଚଣ୍ଡୀ ପୀଠ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଛି । ହାତୀମାନେ ଉକ୍ତ ସ୍ଥାନ ନଛାଡି ଯିବା ପର୍ଯ୍ୟନ୍ତ ଶିଖରଚଣ୍ଡୀପୀଠ ବନ୍ଦ ରହିବ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ଏନେଇ ବଡ ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟରେ ତାଲା ପକାଇଛି ବନ ବିଭାଗ । ଲୋକଙ୍କ ଧନ ଜୀବନ ନଷ୍ଟ ନ ହେଉ, ସୁରକ୍ଷିତ ଭାବେ ଲୋକେ ରୁହନ୍ତୁ ଏହାକୁ ଦଷ୍ଟିରେ ରଖି ବନ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟଟନ ଋତୁ ଥିବାରୁ ଶୀଖରଚଣ୍ଡୀରେ ହେଉଥିଲା ପର୍ଯ୍ୟଟକଙ୍କ ଭିଡ । ଲୋକଙ୍କ ସୁରକ୍ଷା ନେଇ ଇନଫୋସିଟି ଥାନାକୁ ମଧ୍ୟ ଅବଗତ କରିଛି ବନବିଭାଗ । ଏଭଳି ହଠାତ ନିଷ୍ପତ୍ତି ନିଆଯାଇଥିବାରୁ ବହୁ ଦୂରରୁ ଆସିଥିବା ପର୍ଯ୍ୟଟକମାନେ ମୁହଁ ଫେରାଇ ଯିବା ସହ ଦୁଃଖ ଅନୁଭବ କରିଛନ୍ତି । ତେବେ ବଡ କଥା ହେଉଛି, କେଉଁ କାରଣ ପାଇଁ ହାତୀମାନେ ଏଭଳି ଖୋଲାଖୋଲି ଭାବେ ବୁଲୁଛନ୍ତି ? କାହିଁକି ଜନବସତି ମୁହାଁ ହେଉଛନ୍ତି ହାତୀ ? ଏହାର କାରଣ କଣ, ଖାଦ୍ୟ ଅନ୍ୱେଷଣ ନା ଆଉକିଛି ?ଅନ୍ୟପଟେ ବନବିଭାଗ ହାତୀମାନଙ୍କୁ କାବୁ କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking