21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପିତାଙ୍କ ହତ୍ୟା ପରେ ଶେଖ ହସିନାଙ୍କ ଜୀବନ

ପିତାଙ୍କ ହତ୍ୟା ପରେ ଶେଖ ହସିନାଙ୍କ ଜୀବନ

ଢାକା : ଶେଖ ହସିନା ୧୯୪୭ରେ ଜନ୍ମିତ । ବାଂଲାଦେଶ ରାଜନୀତିରେ ସବୁଠୁ ପ୍ରଭାବୀ ତଥା ବିବାଦୀୟ ଚେହେରା ଥିଲେ । ଅନେକ ଦଶନ୍ଧିର ନିଜ ରାଜନୈତିକ ଅଭିଜ୍ଞତା ସହ ହସିନା ସଫଳତାର ଅନେକ ସୋପାନ ଚଢ଼ିଥିଲେ। ତାଙ୍କ ଜୀବନ ଓ ରାଜନୀତି ସିଧାସଳଖ ଭାବେ ବାଂଲାଦେଶର ଇତିହାସ ଓ ପୃଷ୍ଠଭୂମି ସହ ଯୋଡ଼ି ହୋଇଛି। ତାଙ୍କ ପିତା ଶେଖ ମୁଜିବ-ଉର୍- ରହମାନ ୧୯୭୧ରେ ବାଂଲାଦେଶକୁ ପାକିସ୍ତାନଠାରୁ ସ୍ବାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିଜ ପିତାଙ୍କ ଶାସନ କାଳରେ ଶେଖ ହସିନା ଇଡନ କଲେଜରେ ଉପାଧ୍ଯକ୍ଷ ପଦ ନିର୍ବାଚନ ଲଢ଼ି ବୃହତ ବିଜୟ ହାସଲ କରିଥିଲେ। ପିତାଙ୍କ ଦଳର ଛାତ୍ର ସଙ୍ଗଠନର ମୁଖ୍ୟ ବି ହୋଇଥିଲେ। ୧୯୭୫ରେ ପିତା ଏବଂ ପରିବାରକୁ ହତ୍ୟା କରାଯିବା ପରେ ହସିନା ବାଂଲାଦେଶ ଛାଡ଼ି ଭାରତର ଶରଣ ପଶିଥିଲେ। ୬ ବର୍ଷ ଧରି ନିର୍ବାସନରେ ରହିଥିଲେ। ୧୯୮୧ରେ ପୁଣି ବାଂଲାଦେଶ ଫେରି ଆୱାମି ଲିଗ୍‌ର ଅଧ୍ଯକ୍ଷା ବନିଥିଲେ। ୧୯୯୬ରେ ନିର୍ବାଚନ ଜିତି ପ୍ରଥମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ପୁଣି ବିବାଦ ହେବା ପରେ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା । ୨୦୦୬-୦୮ରେ କାମଚଳା ସରକାରର ବିରୋଧ କରିବା ଯୋଗୁ ତାଙ୍କୁ ଦେଶ ଫେରିବାକୁ ଅନୁମତି ମିଳି ନ ଥିଲା । ୨୦୦୯ରେ ସେ ପୁଣି ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ। ସେବେଠାରୁ ୧୫ ବର୍ଷ ଧରି ବାଂଲାଦେଶକୁ ସେ ଶାସନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking