24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଶେଖ୍ ହସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ

ଶେଖ୍ ହସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ

ଢାକା: ବାଂଲାଦେଶର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସେଠାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହସିନାଙ୍କ ଝିଆରୀ ତଥା ବ୍ରିଟିଶ ପାର୍ଲାମେଣ୍ଟାରିଆନ୍ ତୁଲିପ୍ ସିଦ୍ଦିକଙ୍କୁ ମଧ୍ୟ ୨ ବର୍ଷ ଜେଲଦଣ୍ଡ ହୋଇଛି। ଢାକାର ସ୍ପେଶାଲ ଜଜ୍ କୋର୍ଟ-୪ର ବିଚାରପତି ମହମ୍ମଦ ରାବିଉଲ୍ ଆଲାମ ଏକ ଦୁର୍ନୀତି ମାମଲାରେ ହାସିନାଙ୍କ ଭଉଣୀ ଶେଖ୍ ରେହନାଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବାବେଳେ ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସମସ୍ତ ୧୭ ଦୋଷୀଙ୍କ ଉପରେ ୧ ଲକ୍ଷ ଟାକା ଜରିମାନା ଲଗାଯାଇଛି। ଏହି ଅର୍ଥ ପୈଠ ନକଲେ ସେମାନଙ୍କୁ ଅତିରିକ୍ତ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ। ସିଦ୍ଦିକ୍ ଜଣେ ବ୍ରିଟିଶ-ବାଂଲାଦେଶୀ ଲେବର ପାର୍ଟି ନେତ୍ରୀ। ସେ ରେହନାଙ୍କ ଝିଅ। ହସିନାଙ୍କ ଶାସନ କାଳରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗତ ଏପ୍ରିଲରେ ବାଂଲାଦେଶର ଅନ୍ତରୀଣ ସରକାର ସିଦ୍ଦିକଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ। ସେ ବାହାରେ ରହି ତାଙ୍କ ମାଆ, ମାଉସୀ, ଭାଇ ଓ ଭଉଣୀଙ୍କୁ ପ୍ଲଟ୍ ହାତେଇବା ପାଇଁ ପ୍ରଭାବିତ କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ପ୍ରକାଶ, ଏହାପୂର୍ବରୁ ଶେଖ୍ ହସିନାଙ୍କୁ ଏକ ଗଣହତ୍ୟା ମାମଲାରେ ଫାଶୀଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ଏକ ଜମି ଦୁର୍ନୀତି ମାମଲାରେ ୨୧ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇସାରିଛି। ଶେଖ୍ ହସିନା ଏବେ ନିଜ ଭଉଣୀ ରେହନାଙ୍କ ସହ ଭାରତରେ ଅବସ୍ଥାପିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking