29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଶେଖ ହସିନା : ଆନ୍ଦୋଳନରୁ କ୍ଷମତାର ଅନ୍ତ

ଶେଖ ହସିନା : ଆନ୍ଦୋଳନରୁ କ୍ଷମତାର ଅନ୍ତ

ଢାକା : ବାଂଲାଦେଶରେ ଅଣାୟତ୍ତ ହୋଇଛି ସଂରକ୍ଷଣ ବିରୋଧୀ ହିଂସା। ପୂରା ଦେଶରେ ହିଂସାର ନିଆଁ ବ୍ୟାପିଛି। ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟଙ୍କ ‘ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ’ ସମଗ୍ର ବାଂଲାଦେଶକୁ ଅସ୍ଥିର କରିଦେଇଛି। ଶେଷରେ ଏହା ଶେଖ ହସିନାଙ୍କ ୧୫ ବର୍ଷର ଦୀର୍ଘ ଶାସନର ଅନ୍ତ ଘଟାଇ ତାଙ୍କୁ କ୍ଷମତାଚ୍ୟୁତ କରିଛି। ପ୍ରଥମରୁ ଆନ୍ଦୋଳନ ସରକାରୀ ଚାକିରିରେ ସଂରକ୍ଷଣ ରଦ୍ଦ କରାଯିବା ପାଇଁ ଥିଲେ ହେଁ ପରେ ତାହା ସରକାରଙ୍କ ବିରୋଧରେ ମୁଣ୍ଡ ଟେକିଥିଲା। ଆନ୍ଦୋଳନକାରୀ ଛାତ୍ର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଉଗ୍ର ହୋଇଉଠିଥିଲେ। ତେଣୁ ସଂରକ୍ଷଣ ରଦ୍ଦ ଲାଗି ହାସିନାଙ୍କ ସରକାର ପଦକ୍ଷେପ ନେଇଥିଲେ ହେଁ ସେମାନେ ସ୍ପଷ୍ଟ ଭାବେ ସରକାର ବଦଳିବାକୁ ଦାବି କରିଥିଲେ । ହସିନାଙ୍କ ଇସ୍ତଫା ସମେତ ତାଙ୍କ ବିରୋଧରେ ହତ୍ୟା, ଲୁଟ୍, ଦୁର୍ନୀତି ମାମଲା ଚଲାଇବାକୁ ମଧ୍ୟ ଆନ୍ଦୋଳନକାରୀଙ୍କ ଦାବି ରହିଥିଲା। ମଙ୍ଗଳବାର ‘ଢାକାକୁ ଲଙ୍ଗ୍ ମାର୍ଚ୍ଚ’ ରାଲି ଆସିବାକୁ ଥିବାବେଳେ ରବିବାରଠାରୁ ପ୍ରଦର୍ଶନକାରୀ ଢାକାରେ ଏକାଠି ହେବାରେ ଲାଗିଥିଲେ । ସ୍ଥିତି ହାତରୁ ଖସୁଥିବା ଦେଖ୍ ସରକାର ୩ ଦିନ ସରକାରୀ ଛୁଟି ଘୋଷଣା କରିବା ସହ ଦେଶବ୍ୟାପୀ କର୍ତ୍ତ୍ୟ ଲଗାଇ ଇଣ୍ଟରନେଟ୍ ବ୍ୟାନ୍ କରିଦେଇଥିଲେ। ହେଲେ ଏହା ଆନ୍ଦୋଳନକାରୀଙ୍କୁ ରୋକି ପାରି ନ ଥିଲା I ଫଳରେ ପୂରା ଦେଶ ଜଳୁଥିବା ଅବସ୍ଥାରେ ୭୬ ବର୍ଷୀୟା ହସିନା ପ୍ରଧାନମନ୍ତ୍ରୀ ପଦ ସହ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ହାସିନାଙ୍କ ଇସ୍ତଫା ତାଙ୍କ ୧୫ ବର୍ଷର ଶାସନରେ ଯବନିକା ଗଣିଛି। ଆଖୁଦୃଶିଆ ଅର୍ଥନୈତିକ ବୃଦ୍ଧି, ଭିତ୍ତିଭୂମିରେ ବ୍ୟାପକ ବିକାଶ ସତ୍ତ୍ବେ ଏକଛତ୍ରବାଦ ଶାସନ ଏବଂ ଦୁର୍ନୀତି ଯୋଗୁ ତାଙ୍କୁ ଆସନ ଯାଇଥିବା କୁହାଯାଉଛି।କେତେଜଣ ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶେଖ ହସିନାଙ୍କ ଏକଛତ୍ରବାଦୀ ଶାସନ ବଢ଼ିବା କାରଣରୁ ଏପରି ହୋଇଥିଲେ ହେଁ ଏବେ ଭଳି ହାସିନା ପୂର୍ବରୁ କେବେ ଏତେ ଦୁର୍ବଳ ପଡ଼ିଯାଇ ନ ଥିଲେ। ଦେଶର ସ୍ଥିତି ଏବେ ଏପରି ହୋଇଛି ଯେ, ୟୁନିଭର୍ସିଟି, କଲେଜ‌ରେ ବି ବ୍ୟାପକ ଜଳାପୋଡ଼ା, ହଣାକଟା ହୋଇଛି। ଅଶାନ୍ତି ରୋକିବାକୁ ବାଂଲାଦେଶ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇସାରିଛନ୍ତି। ଚାପ ବଢ଼ିଏଥର ନୂଆ ନୁହେଁ । ସେ ଏଭଳି ସଙ୍କଟରୁ ପୂର୍ବରୁ – ମଧ୍ୟ ମୁକୁଳିଛନ୍ତି। ନିଜ କର୍ଯ୍ୟକାଳରେ ହାସିନା ଏକଦା ସୁରକ୍ଷା ବଳର ହିଂସାତ୍ମକ ବିଦ୍ରୋହର ମଧ୍ୟ ବାହାରିଛନ୍ତି। ୨୦୦୯ରୁ ପ୍ରଧାନମନ୍ତ୍ରୀ ଥିବା ହସିନା ୩ ବିବାଦୀୟ ନିର୍ବାଚନ ବି ଜିତିଛନ୍ତି । ଏହି ନିର୍ବାଚନକୁ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ସମାଲୋଚନା କରିଛନ୍ତି। ତେବେ ସବୁ ବିବାଦ, ବ୍ୟାପକ ଆନ୍ଦୋଳନ, ବିରୋଧର ସମ୍ମୁଖୀନ ହୋଇସାରିଥିବା ହାସିନା କିନ୍ତୁ ଏଥର 1 ସବୁଠାରୁ କଠିନ ଆହ୍ୱାନର ସାମ୍ନା କରୁଛନ୍ତି। ହିଂସାପ୍ରଦର୍ଶନ ପରେ ହୋଇଥିବା କ୍ଷୟକ୍ଷତି ଦେଖୁବାକୁ ହସିନା ଗତ ଜୁଲାଇ ୨୫ରେ ମୀରପୁର-୧୦ ମେଟ୍ରୋ ଷ୍ଟେସନ ଗସ୍ତ କରିଥିଲେ । ମେଟ୍ରୋ ଷ୍ଟେସନର କ୍ଷତିକୁ ଦେଖୁ ହସିନା କାଦି ପକାଇଥିଲେ। କିନ୍ତୁ ୨ ଶହରୁ ଉଷ୍ମ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଉପରେ ସେ ଥରେ ହେଲେ ବି କିଛି କହି ନ ଥିଲେ । ଏହା ଆନ୍ଦୋଳନକାରୀଙ୍କୁ ଅଧିକ କ୍ରୋଧୁତ କରିଥିଲା। ସେହିପରି ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଇଥିବା ୬ ପ୍ରମୁଖ ବ୍ୟକ୍ତିଙ୍କୁ ଡିଟେକ୍ଟିଭ୍ ବ୍ରାଞ୍ଚ ସେଫ୍ ବା ରୋଷେୟା ଭାବେ ରଖିବାବାହାନାରେ ବନ୍ଦୀ କରିଥିଲା। ଛାତ୍ର ଆନ୍ଦୋଳନରେ ଦେଶର ପୁର୍ତି ଜୋଣରୁ ଆନ୍ଦୋଳନକାରୀ ସାମିଲ ହୋଇଥିବାବେଳେ ବିରୋଧୀ ଆନ୍ଦୋଳନକାରୀଙ୍କୁ ଖୋଲା ସମର୍ଥନ କରୁଛନ୍ତି। ଆନ୍ଦୋଳନବେଳେ ୩ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ପରେ ପ୍ରଦର୍ଶନକାରୀଙ୍କ ବିକ୍ଷୋଭ ନିଆଁ ଆଗରେ ହସିନାଙ୍କ ଆସନ, କ୍ଷମତା ଯାଇଛି। ଓସ୍‌ଲୋ ୟୁନିଭର୍ସିଟିର ତା. ମୁଦଶର ହୁସୈନ୍‌ଙ୍କ କହିବା ଅନୁସାରେ, ହସିନା ଏବଂ ତାଙ୍କ ପାର୍ଟି ଆଓ୍ବାନ୍ ଲିଗ୍ ମୁକ୍ତି ସଂଗ୍ରାମ ଭାବନାକୁ ଅତିରଞ୍ଜିତ କରି ରାଜ୍ୟ କଲା । ବର୍ଷ ପରେ ବର୍ଷ ଲୋକଙ୍କୁ ସେମାନଙ୍କ ମତାଧୂକାର ଭଳି ମୂଳ ମାନବାଧ ବାଧ୍କାରରୁ ବଞ୍ଚିତ ରାଜନୀତି ରଖାଗଲା। ତାଙ୍କ ସରକାରରେ ଏକଛତ୍ରବାଦୀ ସମାଜ ପ୍ରବୃତ୍ତି ବଢ଼ିବା ଫଳରେ ସମାଜର ଏକ ବଡ଼ ବର୍ଗଙ୍କ ମଧ୍ୟରେ ଆକ୍ରୋଶ ଦେଖାଗଲା। ଦୁର୍ଭାଗ୍ୟବଶତଃ ସେ କେବେ ବି ସମଗ୍ର ମଗ୍ର ଦେଶର ଏକ ସମୁଚିତ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ସେ କେବଳ ଗୋଟିଏ ସମୂହର ପ୍ରଧାନମନ୍ତ୍ରୀ ହୋଇ ରହିଗଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking