ନୂଆଦିଲ୍ଲୀ: ଆଉ ନାହାନ୍ତି କାଣ୍ଟା ଲଗା ଗର୍ଲ ଶେଫାଳୀ । ପରଲୋକରେ ଶେଫାଳୀ ଜରିୱାଲା । ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ପରିବାର ଲେକେ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ସେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ରହୁଥିଲେ ।ଶେଫାଳୀ ଜରିୱାଲା ୨୦ ବର୍ଷ ବୟସରେ କାଣ୍ଟା ଲଗା ପାଇଁ ମ୍ୟୁଜିକ ଭିଡିଓରେ ଅଭିନୟ କରି ଦେଶବ୍ୟାପୀ ପ୍ରସିଦ୍ଧି ହାସଲ କରିଥିଲେ । ପରେ ସେ ଅନେକ ମ୍ୟାୁଜିକ ଆଲବମ ଏବଂ ଫିଲ୍ମ ଅଭିନୟ କରିଥିଲେ । ତାଙ୍କ ସ୍ୱାମୀ ପରାଗଙ୍କ ସହିତ, ସେ ରିଆଲିଟି ଶୋ, ନଚ ବଲିୟେ ୫, ନଚ ବଲିୟେ ୭, ବିଗବସ ୧୩ରେ ନଜରରେ ଆସିଥିଲେ ।









