ଭୁବନେଶ୍ୱର: ନବୀନଙ୍କ ସଭାପତି ଘୋଷଣା ପରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ସାମିଲ ହେଲେନି ବରିଷ୍ଠ ନେତା ଶଶୀ ବେହେରା । ଭୂପିନ୍ଦର ସିଂ ମଧ୍ୟ ବୈଠକରେ ସାମିଲ ହେଲେନି । ବିଜେଡି ବିଧାୟକ ସନା ମହାକୁଡ ମଧ୍ୟ ଅନୁପସ୍ଥିତ ଥିଲେ । ୱାକଫ ବିଲ୍ ବିବାଦ ପରେ ମେଳି କରିଥିଲେ ବରିଷ୍ଠ ନେତା । ଶଶୀ ବେହେରା, ଭୂପିନ୍ଦର ସିଂ ମେଳିରେ ସାମିଲ ଥିଲେ । ଦଳରେ ବାହ୍ୟଶକ୍ତିର ପ୍ରଭାବ କଥା କହିଥିଲେ ଶଶୀ । ପୂର୍ବରୁ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ଥିଲେ ସନା । ତେବେ ଏନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବଜେଡିରେ ବଢିଲାଣି କି ପୁଣି ଅସନ୍ତୋଷ?