18.1 C
Bhubaneswar
Monday, December 15, 2025
Homeଦେଶ ବିଦେଶସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ ଜେଲ

ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ ଜେଲ

ନୂଆଦିଲ୍ଲୀ: ଜେଲ କେତେ ଛୋଟ ହୋଇପାରେ ? ଆଉ ଏଥିରେ କେତେ ଜଣ କଏଦୀ ରହିପାରିବେ । ବିଶ୍ୱରେ ଏମିତି ଏକ ଜେଲ ରହିଛି ଯେଉଁଠି ମାତ୍ର ଦୁଇ ଜଣ କଏଦୀ ସଜା କାଟୁଛନ୍ତି । ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି ୨ଟି ଜେଲରେ ସର୍ବାଧିକ ସଂଖ୍ୟାରେ କଏଦୀ ରହୁଛନ୍ତି। ତିହାର ଜେଲରେ ୧୪ ହଜାରରୁ ଅଧିକ କଏଦୀ ରହୁଥିବା ବେଳେ ୟେରୱାଡ଼ା ଜେଲରେ ୭ ହଜାରରୁ ଅଧିକ କଏଦୀ ରହୁଛନ୍ତି। ତେବେ ଏଥିମଧ୍ୟରେ ବିଶ୍ୱର ସବୁଠାରୁ ଛୋଟ ଜେଲ ବ୍ରିଟେନ୍‌ର ସାର୍କ ଦ୍ୱୀପରେ ରହିଥିବା ଜଣାପଡିଛି। ଏହି ଜେଲରେ ମାତ୍ର ୨ ଜଣ କଏଦୀଙ୍କ ରହିବା ପାଇଁ ସ୍ଥାନ ଥିବାବେଳେ ଏହା ୧୬୮ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ବ୍ରିଟିଶ୍‌ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଂଲିଶ ଚ୍ୟାନେଲର ସାର୍କ ଦ୍ୱୀପରେ ଥିବା ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ କାରାଗାର। ୧୮୫୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲରେ କେବଳ ୨ ଜଣ କଏଦୀ ରହିପାରିବେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜେଲରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଜେଲ ଭିତରର ଦୃଶ୍ୟ କିଛିମାତ୍ରାରେ ବଦଳିଛି। ଟ୍ୟାପ ଯୋଗେ ଜଳ ଯୋଗାଣ, ଶୌଚାଳୟ ଆଦି ସୁବିଧା ଏହି ଜେଲରେ କରାଯିବା ସହ ଏଠାରେ ବିଦ୍ୟୁତସେବା ମଧ୍ୟ ଯୋଗାଇ ଦିଆଯାଇଛି। ସେହିପରି ଜେଲ ଭିତରର ଅଂଶକୁ ୨ ଭାଗରେ ବିଭକ୍ତ କରାଯାଇ ୨ଟି କୋଠରି କରାଯାଇଛି। ଉଭୟ କୋଠରିରେ କଏଦୀଙ୍କ ଲାଗି ପତଳା କାଠ ଶଯ୍ୟା ରହିଛି। ସମୁଦାୟ ୫.୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଦ୍ୱୀପରେ, ୨୦୨୩ ଜନଗଣନା ଅନୁଯାୟୀ ୫୬୨ ଜଣ ଲୋକ ବସବାସ କରନ୍ତି। ମସିହାରେ ଏହି ଜେଲ ନିର୍ମାଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହାରି ପାଖରେ ଅର୍ଥ ନ ଥିବାରୁ ଏହାକୁ ନିର୍ମାଣ କରିବାକୁ ୨୪ ବର୍ଷ ସମୟ ଲାଗିଯାଇଥିଲା l ତେବେ ଏହି ଦ୍ୱୀପରେ ଏବେ କୌଣସି ବଡ଼ ଧରଣର ଅପରାଧ ହେଉନାହଁ, ତେଣୁ ସମ୍ପ୍ରତି ଏଠାରେ କେବଳ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking