24.1 C
Bhubaneswar
Saturday, March 21, 2026
Homeଓଡିଶାଶରଧାବାଲିରେ ଦଳାଚକଟା: ମୃତକଙ୍କ ପରିବାରକୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଶରଧାବାଲିରେ ଦଳାଚକଟା: ମୃତକଙ୍କ ପରିବାରକୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ବାଲିପାଟଣା: ଶ୍ରୀକ୍ଷେତ୍ରର ଶରଧାବାଲିରେ ଗତ ରବିବାର ଦିନ ଭୋରରୁ ଦଳାଚକଟା ଘଟଣାରେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତିସାହିର ପ୍ରଭାତୀ ଦାସଙ୍କ ମୃତ୍ୟୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଭାତୀ ଦାସଙ୍କ ମୃତ୍ୟୁ ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କ୍ଷମା ମାଗିଛନ୍ତି। ସେହିପରି ମୃତ ପ୍ରଭାତୀ ଦାସଙ୍କ ଘରେ ପହଁଞ୍ଚି ମର୍ମାହତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତ ପ୍ରଭାତୀଙ୍କ ଝିଅ ଶୀର୍ଷା ଦାସଙ୍କୁ ସରକାରୀ ଚାକିରି ଦେବାକୁ ପରିବାର ଲୋକଙ୍କ ଦାବିକୁ ବିଚାର କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ବଡ଼ଦାଣ୍ଡରେ ଘଟିଥିବା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଅବହେଳାରୁ ହୋଇଥିବା ସ୍ୱୀକାର କରିଛନ୍ତି। ପ୍ରଭାତୀଙ୍କ ଦୁଃଖଦ ମୃତ୍ୟୁରେ ଉପମୁଖ୍ୟମନ୍ତ୍ରୀ ପରିବାର ଲୋକଙ୍କ ନିକଟରେ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ମୃତକଙ୍କ ପରିବାରର ଭଲମନ୍ଦରେ ଛିଡ଼ା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ବାଲିପାଟଣା ତହସିଲଦାର କଳ୍ପନା ଦାସ, ବିଜେପି ବିଧାୟକ ପାର୍ଥି ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking