24.1 C
Bhubaneswar
Tuesday, March 17, 2026
Homeଓଡିଶାମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ : ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ । ଆଉ କିଛି ସମୟ ପରେ ଆରମ୍ଭ ହେବ ଛେରା ପହଁରା ନୀତି । ସେହିପରି ପୁରୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପହଞ୍ଚିସାରିଛନ୍ତି । ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପୁରୀରେ ପହଞ୍ଚିଛନ୍ତି। ୬ ତାରିଖରୁ ୯ ତାରିଖ ପର୍ଯନ୍ତ ୪ଦିନିଆ ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ରଥଯାତ୍ରା ପାଇଁ ପୁରୀ ଗସ୍ତରେ ଆସିଛନ୍ତି। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking