ଭୁବନେଶ୍ୱର: ଏସଆଇ ସ୍କାମ୍ ଘଟଣାରେ ୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ । ରିମାଣ୍ଡ ଅନୁମତି ଦେଲେ ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ । ୭ ଦିନିଆ ରିମାଣ୍ଡରେ ନେବାକୁ ପିଟିସନ କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି । ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିଲେ ଶଙ୍କର କିନ୍ତୁ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଶନିବାର ଦିନ ଶଙ୍କର ପୃଷ୍ଟିଙ୍କୁ ଉତ୍ତରାଖଣ୍ଡ – ନେପାଳ ସୀମାରୁ ଗିରଫ କରାଯାଇଥିଲା । ଏହା ପରେ ଓଡିଶା ଅଣାଯାଇଥିଲା । କ୍ରାଇମବ୍ରଆଞ୍ଚ ତାଙ୍କୁ ପଚରାଉଚରା ପାଇଁ ସାତଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । କୋର୍ଟ ଆଜି ଏହି ଆବଦନର ଶୁଣାଣି କରି ପାଞ୍ଚ ଦିନିଆ ରିମାଣ୍ଡର ଅନୁମତି ଦେଇଛନ୍ତି ।










