ନୂଆଦିଲ୍ଲୀ: ପାକିସ୍ତାନ ସରକାର ଏକ ଘୃଣ୍ୟ କାର୍ଯ୍ୟ କରିଛି। ଭାରତ ବିରୋଧରେ ବିଷ ଓଗାଳିଥିବା ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁରସ୍କାର ଦେଇଛନ୍ତି। ସିନ୍ଦୂର ଅପରେସନ୍ ସମୟରେ କୌଣସି ତଥ୍ୟ ବିନା ଭାରତକୁ କଠୋର ବିରୋଧ କରିବା ପାଇଁ ପାକିସ୍ତାନ ସରକାର ଶାହିଦ ଆଫ୍ରିଦିଙ୍କୁ ଏହି ପୁରସ୍କାର ଦେଇଛନ୍ତି।
ଭାରତ ପକ୍ଷରୁ ଲଗାତାର କୁହାଯାଇଆସୁଛି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରେ। ଭାରତ ଅନେକ ଥର ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଭାରତରେ, କାଶ୍ମୀର ଉପତ୍ୟକାର ପହଲଗାମରେ ୨୨ ଏପ୍ରିଲରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା , ଯାହାର ପ୍ରତିଶୋଧ ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଥିଲା। ଭାରତୀୟ ସେନା ତିନି ଦିନ ଧରି ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଚଳାଇଥିଲା ଯେଉଁଥିରେ ପାକିସ୍ତାନରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ସମୟରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ବିଷ ଓଗାଳିଥିଲେ, ଯାହାର ଜବାବ ଦେଇଥିଲେ ଭାରତୀୟ କ୍ରିକେଟର ଶିଖର ଧାୱନ।
ନକଲି ଜିନିଷ ପାଇଁ ଶାହିଦ ଆଫ୍ରିଦିଙ୍କୁ ମିଳିଥିବା ଏହି ପୁରସ୍କାର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାରତରେ ଖେଳାଳିମାନଙ୍କୁ ସେମାନଙ୍କ ଖେଳ ପାଇଁ ସମ୍ମାନିତ କରାଯାଉଥିବା ବେଳେ ପାକିସ୍ତାନରେ ପାକିସ୍ତାନୀ କ୍ରିକେଟ ଖେଳାଳିମାନଙ୍କୁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ଦିଆଯାଉଥିବା ନେଇ ଲୋକମାନେ ପ୍ରତିକ୍ରିୟା ଦେଉଛନ୍ତି।