ଇମ୍ଫାଲ : ପୁଣି ଅଶାନ୍ତ ଦେଖାଦେଇଛି । ୩ଟି ସନ୍ତାନର ମା ଓ ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜୀବନ୍ତ ପୋଡି ମାରିଦେବା ଭଳି ଘଟଣା ମଣିପୁରରେ ଅଭାବନୀୟ କାଣ୍ଡ ରଚିଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଜେରିବାମ ଜିଲ୍ଲାରେ ଏହି ଅଘଟଣ ଘଟିଛି । ମହିଳା ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରି ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମହିଳାଙ୍କ ସହ ଦୁଷ୍କର୍ମ ପରେ ମାରପିଟ କରିଥିଲେ ଦୁର୍ବୃତ୍ତ । ପରେ ଗୁଳିମାଡ କରିବା ସହ ଜିଅନ୍ତା ପୋଡି ମାରି ଦେଇଥିଲେ । ବଡ କଥା ହେଉଛି ଘଟଣାସ୍ଥଳରୁ କେବଳ ୬କିଲୋମିଟର ଦୂରରେ ରହିଛି ସେନା କ୍ୟାମ୍ପ । ଘଟଣା ପରେ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖାଦେଇଛି ।କଡ଼ା ସୁରକ୍ଷା ମଧ୍ୟରେ ଜେରାଜୋମ ଜିଲ୍ଲା ଓ ଏହାର ଆଖପାଖ ଅଂଚଳକୁ ରଖାଯାଇଛି । କିଛି ସ୍ଥାନରେ କଫ୍ୟୁ ଲାଗୁ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଲିସର ସୂଚନା ଅନୁସାରେ ମୈଇତି ସମ୍ପ୍ରଦାୟର ଉଗ୍ରବାଦୀ ଏହି ଘଟଣା ଘଟାଇଛନ୍ତି । ତେବେ ଆକ୍ରୋଶିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରି ୧୭ଟି ଘରେ ନିଆଁ ଲଗାଇବା ସହ ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି ।