ଭୁବନେଶ୍ୱର : ଚାକିରି ଦେବା ନାଁରେ ନାବାଳିକାଙ୍କୁ ଫସାଇଲେ ବାନ୍ଧବୀ । ଗଣଦୁଷ୍କର୍ମ ଷଡଯନ୍ତ୍ରରେ ସାମିଲ ହୋଇଥିଲେ ପୀଡିତାଙ୍କ ବାନ୍ଧବୀ । ୧୨ ଘଣ୍ଟା ଭିତରେ ୫ ଅଭିଯୁକ୍ତଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ପୀଡିତାଙ୍କ ମାଙ୍କୁ ଭାଇରାଲ ଭିଡିଓ ପଠାଇଥିଲେ ଅଭିଯୁକ୍ତ । ଭାଇରାଲ ଭିଡିଓ ବଦଳରେ ଟଙ୍କା ମାଗିଥିଲେ ଅଭିଯୁକ୍ତ । ୪ ଅଭିଯୁକ୍ତ ପାଖକୁ ନାବାଳିକାଙ୍କୁ ପଠାଇଥିଲେ ବାନ୍ଧବୀ । ଥଣ୍ଡା ପାନୀୟରେ ନିଶା ଦେଇଥିଲେ ।ପୋଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ । ଆଉ ଦୁଇ ଜଣଙ୍କୁ ପଚରା ଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ ।