27.1 C
Bhubaneswar
Thursday, May 22, 2025
Homeଅପରାଧଲଜ୍ଜା: ୭ ବର୍ଷର ଶିଶୁକୁ ଦୁଷ୍କର୍ମ

ଲଜ୍ଜା: ୭ ବର୍ଷର ଶିଶୁକୁ ଦୁଷ୍କର୍ମ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଏହି ନରରୂପୀ ରାକ୍ଷସମାନେ ଶିଶୁକନ୍ୟାଟିକୁ ରକ୍ତାକ୍ତ ଅବସ୍ଥାରେ ବରଡ଼ା ପତ୍ର ଘୋଡ଼ାଇ ଫିଙ୍ଗିଦେଇ ଫେରାର୍ ହୋଇଯାଇଛନ୍ତି । ପୀଡ଼ିତା ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତମାନେ ନିଶାସକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ରବିବାର ଘଟଣାଟି ଲୋକଲୋଚନକୁ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି ।

ସୂଚନା ମୁତାବକ ହିନ୍ଦୋଳ ଥାନା ନୂଆବଗ ପଞ୍ଚାୟତ ଅନ୍ତର୍ଗତ ସରକ୍ଷସିଂ ଗ୍ରାମର ଏକ ୭ ବର୍ଷର ଶିଶୁକନ୍ୟା ରବିବାର ଅପରାହ୍ଣ ୩ ଘଟିକା ସମୟରେ ନିକଟସ୍ଥ ତାଳଗଛ ମୂଳରୁ ତାଳ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ କେତେକ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ଶିଶୁକନ୍ୟାଟିକୁ ଏକ ବୁଦାମୂଳକୁ ଟେକି ନେଇ ଗଣଦୁଷ୍କର୍ମ କରି ରକ୍ତାକ୍ତ ଅବସ୍ଥାରେ ପକାଇ ତାଳ ବରଡ଼ା ଘୋଡ଼ାଇ ଫେରାର୍ ହୋଇଯାଇଥିଲେ । ତେବେ ଶିଶୁକନ୍ୟାଟି ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ସନ୍ଧ୍ୟାରେ ବୁଦାମୂଳରୁ ଅଚେତ ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଝିଅଟି ଦୁଷ୍କର୍ମର ଶୀକାର ହୋଇଥିବା ଜଣା ପଡ଼ିଥିଲା । ଅନ୍ୟପକ୍ଷରେ ଅବସ୍ଥା ଗୁରୁତର ଥିବାରୁ ଶିଶୁକନ୍ୟାକୁ ଅନୁଗୁଳ ଡାକ୍ତରଖାନା ପଠାଯାଇ ଚିକିତ୍ସା ଜାରି ରହିଛି । ହିନ୍ଦୋଳ ପୁଲିସ ଏନେଇ ମାମଲା ରୁଜୁ କରିବା ସହ ବଦକ୍ଷଳୁ ଗ୍ରାମର ଶିବରାମ ସାହୁ ନାମକ ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ଚଳାଇଛି । ସେହିପରି ସନ୍ଧାନୀ କୁକୁର ସହାୟତାରେ ଅଧିକ ଛାନଭିନ ଜାରିଥିବା ଉପଖଣ୍ଡ ଆରକ୍ଷୀ ଉପଅଧୀକ୍ଷକ ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking