17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଶାହିଦ୍ ଅସଲମ୍ ପାକିସ୍ତାନ ବ୍ୟାଟିଂ କୋଚ୍‌

ଶାହିଦ୍ ଅସଲମ୍ ପାକିସ୍ତାନ ବ୍ୟାଟିଂ କୋଚ୍‌

ଲାହୋର: ଆଗାମୀ ଜିମ୍ବାୱେ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା ଶାହିଦ ଅସଲମ୍‌ଙ୍କୁ ଜାତୀୟ ଟିମ୍‌ର ବ୍ୟାଟିଂ କୋଚ୍ ନିଯୁକ୍ତ କରିଛି। ଅସଲମ୍ ପୂର୍ବରୁ ହିଁ ସହାୟକ କୋଚ୍‌, ଫିଲ୍ଡିଂ କୋଚ୍ ଏବଂ ସହାୟକ ମ୍ୟାନେଜର୍ ଭାବେ ପାକିସ୍ତାନ ଟିମ୍ ସହିକ କାମ କରିସାରିଛନ୍ତି। ସେ ଗତ ଦୁଇବର୍ଷ ହେବ ଲାହୋରରେ ହାଇ ପରଫର୍ମାନ୍ସ ସେଣ୍ଟର୍‌ରେ କୋଚ୍ ଅଛନ୍ତି। ସୀମିତ ଓଭର୍ ଟିମ୍‌ର ଅନ୍ତରୀଣ କୋଚ୍ ଆକିବ୍ ଜାଭେଦ୍‌ଙ୍କ ସୁପାରିସକ୍ରମେ ଅସଲମ୍‌ଙ୍କୁ ବ୍ୟାଟିଂ କୋଚ୍ କରାଯାଇଛି। ୫୫ ବର୍ଷୀୟ ଶାହିଦ୍ ଅସଲମ୍ ପାକିସ୍ତାନ ପକ୍ଷରୁ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ଘରୋଇ କ୍ରିକେଟ୍‌ରେ ୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ୩୭ ୱିକେଟ୍ ନିଜ ନାମରେ କରିଛନ୍ତି। ସେହିପରି ୧୬ ଲିଷ୍ଟ୍‌-ଏ ମ୍ୟାଚ୍‌ରେ ସେ ୧୨ଟି ୱିକେଟ୍ ହାସଲ କରିଛନ୍ତି। ଏହା ବ୍ୟତୀତ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ତିନିଟି ଅର୍ଦ୍ଧଶତକ ସମେତ ସେ ମୋଟ ୩୬୭ ରନ୍ କରିଛନ୍ତି। ପାକିସ୍ତାନ ଟିମ୍ ଜିମ୍ବାୱେ ବିପକ୍ଷରେ ତିନିଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବ। ମହମ୍ମଦ ରିଜୱାନ୍ ଦିନିକିଆ ଟିମ୍‌ର କ୍ୟାପ୍‌ଟେନ୍ ଥିବାବେଳେ ଟି-୨୦ ସିରିଜ୍ ପାଇଁ ସଲ୍‌ମାନ୍ ଅଲୀ ଆଗାଙ୍କୁ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking