ସୁନ୍ଦରଗଡ : କୋଇଡାରେ ପ୍ରବଳ ଶୀତ । ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଚଳିତ ବର୍ଷ ପ୍ରଥମ ତୁଷାରପାତ ହୋଇଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳୁଛି । ଖୋଲା ପଡିଆ ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳୁଛି । ଖଣି ଅଞ୍ଚଳ ହୋଇଥିବାରୁ ଲୋକମାନେ ଅସୁବିଧା ସମସ୍ୟା ଭୋଗୁଛନ୍ତି । ସେପଟେ ଆଜି ପ୍ରବଳ ଥଣ୍ଡା ପାଇଁ ସୁନ୍ଦରଗଡକୁ ୟେଲ୍ଲୋୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।