19.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶଭୟଙ୍କର ତୁଷାର ଝଡ଼; ଜନଜୀବନ ବ୍ୟାହତ, ଶହ ଶହ ବିମାନ ବାତିଲ

ଭୟଙ୍କର ତୁଷାର ଝଡ଼; ଜନଜୀବନ ବ୍ୟାହତ, ଶହ ଶହ ବିମାନ ବାତିଲ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରବଳ ତୁଷାରପାତ ଜନଜୀବନକୁ ବ୍ୟାହତ କରିଛି । ଏହି ବିପଜ୍ଜନକ ତୁଷାର ଝଡ଼ ଦେଖି ଆପଣ ମଧ୍ୟ ଭୟଭୀତ ହୋଇଯିବେ । ପ୍ରବଳ ତୁଷାରପାତ ଯୋଗୁ ବୁଧବାର ଶହ ଶହ ବିମାନ ବାତିଲ ହୋଇଛି । ଏହାସହ ରେଳ ଏବଂ ସଡ଼କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ନଭେମ୍ବରରେ ଆସିଥିବା ଏହି ତୁଷାର ଝଡ଼ ଦକ୍ଷିଣ କୋରିଆକୁ କଲବଲ୍ କରିପକାଇଛି ।

ଗତ ୫୦ ବର୍ଷରେ ଏହାକୁ ସବୁଠାରୁ ଭୟଙ୍କର ଝଡ଼ ବୋଲି କୁହାଯାଉଛି । ଦକ୍ଷିଣ କୋରିଆର ପାଣିପାଗ ଏଜେନ୍ସି କହିଛି ଯେ ସିଓଲର ଉତ୍ତର ଏବଂ ଆଖପାଖ ଅଞ୍ଚଳରେ ୨୦ ସେଣ୍ଟିମିଟର ତୁଷାରପାତ ହୋଇଛି, ଯାହା ଗତ ୫୨ ବର୍ଷ ମଧ୍ୟରେ ସିଓଲରେ ଆସିଥିବା ସବୁଠାରୁ ଭୟଙ୍କର ତୁଷାରପାତ । ଏଜେନ୍ସି ଅନୁସାରେ, ୧୯୭୨ ନଭେମ୍ବର ୨୮ରେ ୧୨ ସେଣ୍ଟିମିଟରର ତୁଷାରପାତ ହୋଇଥିଲା । ଦେଶର ଅଧିକାଂଶ ସ୍ଥାନକୁ ଏହି ଝଡ଼ ପ୍ରଭାବିତ କରିଛି । ଦେଶର ମଧ୍ୟ, ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ପାଖାପାଖି ୧୦ରୁ ୨୩ ସେଣ୍ଟିମିଟରର ତୁଷାରପାତ ହୋଇଛି । ସାରା ଦେଶରେ ପାଖାପାଖି ୨୨୦ଟି ବିମାନ ବାତିଲ କରାଯାଇଥିବା ବେଳେ ଉଡ଼ାଣରେ ମଧ୍ୟ ବିଳମ୍ବ ହୋଇଛି । ଅଧିକାରୀମାନେ ୯୦ଟି ଡଙ୍ଗାକୁ ବନ୍ଦରରେ ହିଁ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଓଲରେ ରାସ୍ତାରେ ବରଫ ଜମା ହୋଇଥିବାରୁ ସକାଳେ ଯାତାୟାତ ପ୍ରକ୍ରିୟା ଧିମା ରହିଥିଲା । ପାଣିପାଗ ଏଜେନ୍ସି କହିଛି ଯେ ଦେଶର ଅଧିକାଂଶ ସ୍ଥାନରେ ଗୁରୁବାର ଅପରାହ୍ନ ଯାଏ ତୁଷାରପାତ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking