21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ

ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ

ନୂଆଦିଲ୍ଲୀ : ଖସୁଛି ପାରଦ , ବଢି ଚାଲିଛି ଥଣ୍ଡା । ତା ସାଙ୍ଗକୁ ବଢୁଛି ପ୍ରଦୂଷଣ ।  ଚାରିଆଡେ ଧୁଆଁ । କିଛି ବି ଦେଖାଯାଉ ନାହିଁ ।  ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି  । ଲେକେ ପ୍ରଦୂଷଣ ଯୋଗୁଁ ଅଣ ନିଶ୍ୱାସୀ ହୋଇଗଲେଣି । ସକାଳୁ ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି। ଏଥିଯୋଗୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬ ଟାରେ ୧୦୦ ମିଟର ଦୃଶ୍ୟମାନ ହୋଇଥିବାବେଳେ ପଞ୍ଜାବର ହିଣ୍ଡନ ବିମାନବନ୍ଦର ଏବଂ ଅମୃତସର ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଲୋକେ ରାସ୍ତାରେ ଗାଡ଼ିର ହେଡଲାଇଟ୍ ଜଳାଇ ଯାତାୟତ କରୁଛନ୍ତି। ଦିଲ୍ଲୀର ହାରାହାରି ଇଛଓ ୩୪୪ ଥିବା ରେକର୍ଡ କରାଯାଇଛି। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତଥାପି କମ୍ ହେଉନି ପ୍ରଦୂଷଣ। ଅଧିକାଂଶ ଦିଲ୍ଲୀ ବାସିନ୍ଦା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। ଆଖି ଜଳିବା ସହ ନିଶ୍ୱାସ ନେବାରେ ମୁସ୍‌କିଲ ହେଉଥିବା ଦିଲ୍ଲୀବାସୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking