28.1 C
Bhubaneswar
Monday, June 23, 2025
Homeଓଡିଶାଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ

ଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗ୍ରୀଷ୍ମ  ପ୍ରବାହ ସହ  କାଳବୈଶାଖୀ ଚେତାବନୀ ।  ଉପକୂଳବର୍ତ୍ତୀ ଜିଲ୍ଲାକୁ ଭୀଷଣ ଗରମ ଓ ଗୁଳୁଗୁଳି  ନେଇ ୟୋଲ୍ଲୋ ୱାଣ୍ଣିଂ ଜାରି ହୋଇଛି । ଏଥିପାଇଁ ୧୧ ଜିଲ୍ଲା ଗଜପତି  , ଗଞ୍ଜାମ, ନୟାଗଡ, ପୁରୀ , ଖୋର୍ଧା, କଟକ, କନ୍ଦ୍ରୋପଡା, ଯାଜପୁର , ଭଦ୍ରକ , ବାଲେଶ୍ୱରକୁ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗ୍ରୀଷ୍ମ  ପ୍ରବାହ ନେଇ  ସୂଚନା ଜାରି କରିଛି  ଆଞ୍ଚଳିକ ପାଣିପାଗ  କେନ୍ଦ୍ର । ଖରା ତାତି ସହ  ରାଜ୍ୟରେ ଆଜିଠୁ କାଳ ବୈଶାଖୀ ପ୍ରଭାବ ବି ଦେଖିବାକୁ ମିଳିବ । ୧୩ ତାରିଖ ପଯ୍ୟନ୍ତ ରାଜ୍ୟର ଏକାଧିକ  ଜିଲ୍ଲାକୁ ବିଜୁଳି ଘଡଘଡି ସହ ଝଡ  ବର୍ଷା ନେଇ ୟୋଲ୍ଲୋ ୱାଣ୍ଣିଂ  ଜାରି ହୋଇଛି । ଆଜି ପାଇଁ  ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର , କୋରାପୁଟ,  ମାଲକାନଗିରିକୁ ଘଡଘଡି  ସହ ବର୍ଷା ଏବଂ ପବନ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ  ୩୦ରୁ ୪୦ କିଲୋମିଟର ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking