27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ

ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍ରା ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହେବା ଫଳରେ ୨ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବଡ଼ ଅଘଟଣରେ ଡାକ୍ତର ଦମ୍ପତି ବିକାଶ ହାଜରା ଓ ଡାକ୍ତର ପ୍ରେମା ହାଜରାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସର୍ଟ ସର୍କିଟ ଯୋଗୁଁ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା ଓ ଧିରେ ଧିରେ ଏହା ମେଡିକାଲର ପ୍ରଥମ ମହଲାକୁ ମଦ୍ୟ ନିଜ କବଜାକୁ ନେଇଥିଲା ।ତେବେ ଅଗ୍ନିକାଣ୍ଡ ସମୟରେ ଲୋକମାନେ ଗଭୀର ନିଦରେ ଶୋଇଥିଲେ । ନିଆଁ ଲିଭାଇବା ପାଇଁ ବାଥରୁମର ଟବ୍ ଓ ପାଣିର ବ୍ୟବହାର କରାଯାଇଥିଲା, କିନ୍ତୁ ନିଆଁ ଏବେ ଭୟଙ୍କର ଥିଲା ଓ ରୁମ୍ ଭିତରେ ଏତେ ଧୁଆଁ ଥିଲା ଯେ, ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା ।

ନିଆଁ ଲାଗିବାର ସୂଚନା ମିଳିବା ପରେ ଦମକଳ ବାହିନୀର ୨ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଦମକଳର ଟିମ୍ ମେଡିକାଲର ୨ ପାଖରୁ ମୋଟ ୯ ଜଣ ଲୋକଙ୍କୁ ବଞ୍ଚାଇ ବାହାର କରିଥିଲେ । ସେ ସମସ୍ତଙ୍କୁ ପାଟାଲିପୁତ୍ର ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking