28.1 C
Bhubaneswar
Wednesday, December 17, 2025
Homeଓଡିଶାସେବାଦଳ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରାଯିବ: ପିସିସି ସଭାପତି

ସେବାଦଳ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରାଯିବ: ପିସିସି ସଭାପତି

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କାର୍ଯ୍ୟକର୍ତ୍ତା ବୈଠକ ନବନିଯୁକ୍ତ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ପ୍ରଦୀପ ପ୍ରଜ୍ୱଳନ କରି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦ୍‌ଘାଟନ କରିଥିଲେ । ପରେ ବନ୍ଦେମାତରମ ଗାନ କରାଯାଇଥିଲା । ନବନିଯୁକ୍ତ ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶ୍ରୀ ମହାନ୍ତୀଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରେ ଶ୍ରୀ ଦାସ କହିଥିଲେ ଯେ ସେବାଦଳ ସଂଗଠନ ହେଉଛି କଂଗ୍ରେସ ଦଳର ମୂଳ ଅଙ୍ଗ। ଏହାକୁ ଆମେ ଯେତେ ସୁଦୃଢ଼ କରିପାରିବା ତାହାର ସୁଫଳ କଂଗ୍ରେସ ଦଳ ଉପରେ ପଡ଼ିବ । ସେଥିପାଇଁ ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ରହିଛି । କଂଗ୍ରେସ ଦଳପ୍ରତି ସମର୍ପିତ ଯୁବକ/ଯୁବତୀ ମାନଙ୍କୁ ପଞ୍ଚାୟତ ସ୍ତରରୁ ମନୋନୀତ କରି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ଏବଂ ସମସ୍ତ ବ୍ୟବସ୍ଥାରେ ସେବାଦଳର ଏକ ସ୍ୱତନ୍ତ୍ର ପ୍ରାଧାନ୍ୟ ରହିବ ବୋଲି ସେ କହିଥିଲେ ।

ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଏଆଇସିସି ସହ ପ୍ରଭାରୀ ଶାହାନୱାଜ ଚୌଧୁରୀ, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଅଶୋକ ଦାସ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ଡ. ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାଶ, ଅଭୟ ସାହୁ, ମାନସ ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, ପ୍ରମୁଖ ଉଦ୍‌ବୋଧନ ଦେଇ ସେବାଦଳ ସଂଗଠନକୁ ମଜବୁତ କରିବା ଦିଗରେ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅବସରରେ ଆସନ୍ତା ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ଶ୍ରୀ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ କେସି ଭେଣୁଗୋପାଳଙ୍କ ସମ୍ବିଧାନ ବଞ୍ଚାଅ ମହାସମାବେଶ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଏକ ପ୍ରସ୍ତୁତି ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆହ୍ୱାନ କରିଥିଲେ । ସେବାଦଳ ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଲେ ଯେ ଅଧିକରୁ ଅଧିକ ସଂଖ୍ୟାରେ କଂଗ୍ରେସ ସେବାଦଳ କର୍ମୀମାନେ ଏହି ସମାବେଶରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବେ ।

ଆଜିର ସେବାଦଳର ଏହି କାର୍ଯ୍ୟକ୍ରମରେ ମାନସ ଆଚାର୍ଯ୍ୟ, ଉଷାରାଣୀ ବେହେରା, ନଳିନୀ ବେହେରା, ମାଧବ ବିଶ୍ୱାଳ, ମୁନୁ ସରାଫ, ସଂଧ୍ୟାରାଣୀ ଦାସ, କୁଳମଣି ସାହୁ, ବିଜୟଲକ୍ଷ୍ମୀ ମହାପାତ୍ର, ବସନ୍ତ ପଣ୍ଡା, ଖଗେଶ୍ୱର ମଲ୍ଲିକ, ପ୍ରଦୀପ ମହାପାତ୍ର, ମନୋରଞ୍ଜନ ଦାଶ, ପ୍ରଣତୀ ମିଶ୍ର, ଅମିତ ମହାନ୍ତି, ମନୋଜ ବିଶ୍ୱାଳ, ତରୁଣ ମିଶ୍ର, କନକଲତା ମଲ୍ଲିକ, ବୈଦ୍ୟନାଥ ସାହୁ, ଅଣ୍ଣପୂର୍ଣ୍ଣା ଜେନା, ପିଙ୍କି ସିଂ, ଜ୍ୟୋତ୍ସାରାଣୀ ବର୍ଗତୀ, ଶ୍ରୀନିବାସ ରାଉତରାୟ, ରାଜୀବ ପଟ୍ଟନାୟକ, ନିରଞ୍ଜନ ନାୟକ, ପ୍ରଦୀପ୍ତ ଦାସ, ମନୋଜ ସାହୁ, ଅରବିନ୍ଦ ଦାସ, ପ୍ରଦୀପ ସ୍ୱାଇଁ, ସଦାଶିବ ମହାପାତ୍ର, ନିରୋଜ ଲୋଚନ ଦାସ, କୃଷ୍ଣଚନ୍ଦ୍ର ପତି, ହେମନ୍ତ ବିଶ୍ୱାଳ, ଅଶୋକ ଦାସ, ଗିତାଞ୍ଜଳି ଦାସ, ଏମ ମାଣିକ ପ୍ରଭା, ଯୋଗୀନାଥ ବାହୁ ବଳେନ୍ଦ୍ର, ପ୍ରମୁଖ ବହୁ ଜିଲ୍ଲାରୁ ସେବାଦଳର କର୍ମୀମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହମ୍ମଦ ସାହାଦୁଲ୍ଲା, ଦୀପକ ସାହୁ, ମିହିର ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିବା ବେଳେ ଜ୍ୟୋତିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ଦାସ, ସେବାଦଳ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking