ମୟୁରଭଞ୍ଜ: ଅସହ୍ୟ ଜାଡୁଆ ଶୀତରେ ବିଳମ୍ବିତ ରାତିରେ ଲୁଟିଲେ ଦୁର୍ବୃତ୍ତ । ଦୁଇମନ୍ଦିରରେ ବୁଲାଇଲେ କଳାକନା । ଉଦଳାଥାନା ଏନଏସି ୯ ନମ୍ବର ୱାର୍ଡରେ ଥିବା ପୁରାତନ ମଣି ନାଗେଶ୍ୱର ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଦୁର୍ବୃତ୍ତ କରିଛନ୍ତି ଲୁଟ । ମଣି ନାଗେଶ୍ୱର ମନ୍ଦିରରେ ପଶି ଠାକୁରଙ୍କ ପିତ୍ତଳ ହାଣ୍ଡି ନେବା ସହିତ ହୁଣ୍ଡି ବାକ୍ସ ତାଲା ଭାଙ୍ଗି ସେଥିରେ ଥିବା ଦାନ ଟଙ୍କା ଲୁଟିନେଇଛନ୍ତି । ହୁଣ୍ଡି ବାକ୍ସ ୭ ବର୍ଷରୁ ଅଧିକ ହେବ ଖୋଲା ଯାଇ ନଥିବା ବେଳେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହା ସହିତ ନିକଟରେ ଥିବା ଗାୟତ୍ରୀ ମନ୍ଦିର ମୁଖ୍ୟ ଗେଟ ତାଲା ଭାଙ୍ଗି ମାଙ୍କର ରୂପା ମୁକୁଟ ଏବଂ ଅନ୍ୟ ରୁପା ଓ ପିତ୍ତଳ ବାସନ ଲୁଟିନେଇଛନ୍ତି । ତେବେ ଗାୟତ୍ରୀ ମନ୍ଦିରରେ ଲୁଟେରାଙ୍କ ପାଦ ଚିହ୍ନ ପଡିଥିବା ବେଳେ ଛୋଟ ପିଲାଙ୍କ ପାଦ ଚିହ୍ନ ମଧ୍ୟ ରହିଛି । ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









