କଟକ: କଟକରୁ ପାରାଦ୍ୱୀପ ଯିବା ରାସ୍ତାରେ ଏକ ସିରିଜ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସେଥିମଧ୍ୟରୁ ଦୁଇ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଖବର ପାଇ ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛି ।










