ଆସିକା: ବରଡାଲିରୁ ସାମ୍ନାକୁ ଆସିଛି ଏକ ସିରିଜ ଦୁର୍ଘଟଣାର ଖବର । ଦୁଇ ବାଇକ୍ ଚାଳକଙ୍କୁ ଧକ୍କା ଦେଲା କାର୍ । ଧକ୍କା ଦେବା ପରେ କାର୍ଟି ପଳାୟନ ବେଳେ ଜଣେ ବାଟୋଇଙ୍କୁ ବି ଧକ୍କା ଦେଇଥିବା ସୂଚନା ମିଳିଛି । ସୋରଡା ଲାଠିପଡାରେ ବି ଜଣକୁ କାର୍ ଧକ୍କା ଦେଇଛି । କାର୍ ଚାଳକଙ୍କୁ ଧରି ନିସ୍ତୁକମାଡ ମାରିଲେ ସ୍ଥାନୀୟ ଲୋକେ । ଏହି ସିରିଜ୍ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି ।










