28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶନାଇଜେରିଆରେ ସିରିଜ୍ ବିସ୍ଫୋରଣ, ୧୮ ମୃତ

ନାଇଜେରିଆରେ ସିରିଜ୍ ବିସ୍ଫୋରଣ, ୧୮ ମୃତ

ଆବୁଜା: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆର କେତେକ ପ୍ରାନ୍ତରେ ଭୟଙ୍କର ସିରିଜ୍ ବିସ୍ଫୋରଣ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ତେବେ ଏହା ସାମାନ୍ୟ ବୋମା ବିସ୍ଫୋରଣ ନୁହେଁ ବରଂ ଏହା ହ୍ୟୁମାନ୍ ବୋମା ବିସ୍ଫୋରଣ ବୋଲି ଜଣାପଡିଛି । ଅର୍ଥାତ୍ ନାଇଜେରିଆର ବିଭିନ୍ନ ପ୍ରାନ୍ତରେ ସଂଘଠିତ ହୋଇଥିବା ଏହି ବିସ୍ଫୋରଣ ସବୁ ଆତ୍ମଘାତୀ ବା ସୁଇସାଇଡାଲ ବୋମିଂ ଥିବା ଜଣାପଡିଛି । ତେବେ ଏସବୁ ବିସ୍ଫୋରଣରେ ପ୍ରାୟ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ଜଣ ଗୁରୁତର ଆହତ ହୋଇଛନ୍ତି ।

ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ୍ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଆତ୍ମଘାତୀମାନେ ବିସ୍ଫୋରଣ ପାଇଁ ସ୍କୁଲ/କଲେଜ, ହସ୍ପିଟାଲ, ଶ୍ମଶାନ ଏବଂ ରେଲୱେ ପ୍ଲାଟଫର୍ମ ଭଳି ସ୍ଥାନ ଚୟନ କରିଥିଲେ । ଏପରିକି ଏକ ଆତ୍ମଘାତୀ ବୋମା ଏକ ବିବାହ ମଣ୍ଡପ ନିକଟରେ ବିସ୍ଫୋରିତ ହୋଇଥିଲା । ଏଠାରେ ବିବାହ କାର୍ଯ୍ୟ ଚାଲିଥିବା ବେଳେ ଏବଂ ବେଦିରେ ବର-କନ୍ୟା ସାଙ୍ଗକୁ ଅନେକ ଲୋକ ସମାଗମ ହୋଇଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିବାହ ସମାରୋହକୁ ଜଣେ ସନ୍ଦିଗ୍ଧ ମହିଳା ନିଜ ପିଠିରେ ଏକ ଛୁଆକୁ ଆଣି ଆସିଥିବା ଦେଖାଯାଇଥିଲା ।

ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲା । ବୋର୍ନୋ ଷ୍ଟେଟ ଜରୁରୀକାଳୀନ ପରିଚାଳନା ଏଜେନ୍ସି (ସିଏମଏ) ରିପୋର୍ଟ ମୁତାବକ ମୃତକଙ୍କ ମଧ୍ୟରେ ଅନେକ ଶିଶୁ, ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ଅଛନ୍ତି । ଆହତଙ୍କ ମଧ୍ୟରୁ ସଂକଟାପନ୍ନ ଅବସ୍ଥାରେ ଥିବା ପ୍ରାୟ ୨୦ଜଣଙ୍କୁ ରାଜଧାନୀ ମୈଦୁଗୁରିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ୨୦୧୪ରେ ବୋକୋ ହରାମ୍ ଆତଙ୍କବାଦୀମାନେ ଗ୍ୱେଜା ସହରକୁ କବ୍‌ଜା କରିଥିଲେ । ୨୦୧୫ରେ ଚାଡିଆନ୍ ସୈନ୍ୟଙ୍କ ସହାୟତାରେ ନାଇଜେରିଆ ସେନାବାହିନୀ ଏହି ସହର ଉପରେ ପୁନଃ କବ୍‌ଜା କରିଥିଲା । ସେବେଠାରୁ ବୋକୋ ହରାମ୍ ଆତଙ୍କବାଦୀମାନେ ସହର ନିକଟସ୍ଥ ପାର୍ବତ୍ୟ ଅଞ୍ଚଳରେ ଆକ୍ରମଣ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking