15.1 C
Bhubaneswar
Monday, February 9, 2026
Homeଓଡିଶାଧରାକୋଟରେ ସିରିଜ ଦୁର୍ଘଟଣା: ଜଣେ ମୃତ

ଧରାକୋଟରେ ସିରିଜ ଦୁର୍ଘଟଣା: ଜଣେ ମୃତ

ଧରାକୋଟ: ଧରାକୋଟରେ ଘଟିଛି ସିରିଜ ଦୁର୍ଘଟଣାଏହି ସିରିଜ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଶୁକ୍ରବାର ଭୋର ଭୋର ସମୟରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଧାଉଗାଁରେ ଘଟିଛି। ମୃତକ ଜଣକ ଢ଼ଉଗାଁ ଗ୍ରାମର ୪୮ ବର୍ଷୀୟ ବସନ୍ତ ପରିଡ଼ା ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ପ୍ରଥମେ ନିଶାସକ୍ତ ଅବସ୍ଥାରେ ଜଣେ ଟ୍ରକ୍ ଡ୍ରାଇଭର ଜଣେ ବ୍ୟକ୍ତିଙ୍କ ଟ୍ରକ ଚଢ଼ାଇଦେଲା ଏବଂ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ବ୍ୟକ୍ତିଙ୍କ ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି।

ଘରେ ପଶିବା ପରେ, ଡ୍ରାଇଭର ଘରେ ଛିଡା ହୋଇଥିବା ଏକ ବାଇକ୍ ଏବଂ ଏକ ସାଇକେଲକୁ ମଧ୍ୟ ଚାପି ଦେଇଥିଲେ। ଘଟଣା ପରେ, ଡ୍ରାଇଭର ଜାଣିପାରି ଖସିଯିବାକୁ ଚେଷ୍ଟା କରୁଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଗାଡ଼ି ଚାଳକଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ, ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଥିଲାଏହି ସମୟରେ ଡ୍ରାଇଭର ନିଜେ ସ୍ୱୀକାର କରିଛନ୍ତି ଯେ ଅତ୍ୟଧିକ ଗଞ୍ଜେଇ ସେବନ ଯୋଗୁଁ ସେ ନିଶାଗ୍ରସ୍ତ ହୋଇଯାଇଥିଲେ ଏବଂ ଏହି ଘଟଣା ଘଟିଥିଲା। ଚାଳକଙ୍କ ନାମ ହେଲା ସନ୍ତୋଷ କୁମାର ପରିଡ଼ା। ଟ୍ରକଟି ଆସିକା ପଟୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲା। ଅନ୍ୟ ପଟେ ଏହି ଦୁର୍ଘଟଣାରେ ମୃତକ ବସନ୍ତଙ୍କ ପରିବାର ପୁରା ଭାଙ୍ଗି ପଡିଛନ୍ତି।

ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ  ୨୦ହଜାର ଟଙ୍କା ରେଡକ୍ରସ୍ ପାଣ୍ଠିରୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଜାତୀୟ ରାଜପଥ ୫୯ ଉପରେ ଘଟଣା ଘଟିଥିବା ବେଳେ ସକାଳ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି। ମୃତକ ବସନ୍ତ ନିଜ ଜମି କାର୍ଯ୍ୟ ସାରି ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ । ଏନେଇ ଧରାକୋଟ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking