31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶପ୍ରଥମ ଥର ୮୪ ହଜାର ପଏଣ୍ଟ ଛୁଇଁଲା ସେନସେକ୍ସ

ପ୍ରଥମ ଥର ୮୪ ହଜାର ପଏଣ୍ଟ ଛୁଇଁଲା ସେନସେକ୍ସ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ୍ ମାର୍କେଟ୍ ଏକ ନୂଆ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଉଭୟ ଗୁରୁବାର ଏବଂ ଶୁକ୍ରବାର ସ୍ୱାଭାବିକ ସ୍ତରରୁ କାରବାର ଆରମ୍ଭ ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଅହେତୁକ ଭାବେ କ୍ଷିପ୍ରତା ଦେଖିବାକୁ ମିଳିଥିଲା । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ) ଜବରଦସ୍ତ ରେକର୍ଡ ହାସଲ କରିଛି । ବିଏସ୍‌ଇ ସୂଚକାଙ୍କ ସେନସେକ୍ସ ଇତିହାସରେ ପ୍ରଥମ ଥର ପାଇଁ ୮୪ ହଜାର ପଏଣ୍ଟ ପାର୍ କରିବା ଦେଖିବାକୁ ମିଳିଛି । ସକାଳ ୧୧ଟାରେ, ସେନସେକ୍ସ ୮୩,୯୮୫,୦୭ ପଏଣ୍ଟରୁ ହଠାତ୍ ୮୪,୦୨୬.୮୫ ପଏଣ୍ଟକୁ ଉନ୍ନୀତ ହୋଇଥିଲା । ଏହି ସମୟରେ ସେନ୍‌ସେକ୍ସ ୮୧୬ ପଏଣ୍ଟରୁ ମଧ୍ୟ ଅଧିକ (ପ୍ରାୟ ୧ ପ୍ରତିଶତ) ପଏଣ୍ଟ ଲାଭ କରିଥିଲା । ସେନସେକ୍ସ ଇତିହାସରେ ଏପ୍ରକାର ୮୪ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ୨୫,୬୬୩.୪୫ ପଏଣ୍ଟର ଉଚ୍ଚ ସ୍ତରକୁ ଛୁଇଁବା ପରେ ନିଫ୍ଟି ସକାଳ ୧୧ ଟାରେ ପ୍ରାୟ ୨୨୫ ପଏଣ୍ଟ (୦.୯୦ପ୍ରତିଶତ) ବୃଦ୍ଧି ସହିତ ୨୫,୬୪୫ ପଏଣ୍ଟରେ କାରବାର କରିଥିଲା । ସେହିପରି ଗୁରୁବାର ମଧ୍ୟ ଘରୋଇ ବଜାର ନୂତନ ଉଚ୍ଚ ସ୍ତରର ରେକର୍ଡ ସୃଷ୍ଟି କରିଥିଲା । ଗତକାଲିର ବାଣିଜ୍ୟରେ, ସେନସେକ୍ସ ଏକ ନୂତନ ସର୍ବକାଳୀନ ଉଚ୍ଚ ସ୍ତରକୁ ୮୩,୭୭୩.୬୧ ପଏଣ୍ଟ ଛୁଇଁଥିଲା ଏବଂ ନିଫ୍ଟି ଏକ ନୂତନ ସର୍ବକାଳୀନ ଉଚ୍ଚ ସ୍ତରକୁ ୨୫,୬୧୧.୯୫ ପଏଣ୍ଟ ଛୁଇଁଥିଲା । ତେବେ ପରବର୍ତ୍ତୀ ସମୟରେ କାରବାର ସାମାନ୍ୟ ପ୍ରଭାବିତ ହୋଇଥିଲା ଏବଂ କାରବାର ଶେଷ ବେଳକୁ ସେନସେକ୍ସ ୮୩,୧୮୪.୮୦ ପଏଣ୍ଟରେ ଏବଂ ନିଫ୍ଟି ୫୦,୪୧୫.୯୫ ପଏଣ୍ଟରେ ବନ୍ଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking