ନୂଆଦିଲ୍ଲୀ: ଷ୍ଟକ ବଜାର କାରବାର ଲାଗି ଚଳିତ ସପ୍ତାହ ବେଶ ଭଲ ରହିଛି । ଚାରି ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୪୭୦୦ ପଏଣ୍ଟକୁ ବୃଦ୍ଧି ପାଇଛି । ସେତିକି ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟ ୧୪୩୫ ପଏଣ୍ଟ ବଢିଛି । ଗୁରୁବାର ଦିନ ସେନସେକ୍ସ ୧୫୦୮ ପଏଣ୍ଟକୁ ବୃଦ୍ଧି ପାଇ ୭୮, ୫୫୩ ପଏଣ୍ଟରେ ଓ ନିଫ୍ଟ ୪୧୪ ପଏଣ୍ଟ ବୃଦ୍ଧି ପାଇ ବନ୍ଦ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଟିକସକୁ ତିନିମାସ ସ୍ଥଗିତ ଘୋଷଣା କରିବା ପରଠାରୁ ଷ୍ଟକ ବଜାରରେ ଉସାହ ଫେରିଛି । ଗୁରୁବାର ବଜାର ଖୋଲିବା ବେଳେ କାରବାର ମାନ୍ଦା ଥିଲା । ୭୬ ପଏଣ୍ଟ କମିବା ସହ ସେନସେକ୍ସ ଅପରାହ୍ଣରେ ଦ୍ରୁତ ଗତିରେ ବଢିଥିଲା ।