17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପୁଣି ୧୦୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ପୁଣି ୧୦୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ସେନ୍‌ସେକ୍ସ ୧୦୧୮.୮୦ ପଏଣ୍ଟ (୧.୩୧%) ହ୍ରାସ ପାଇ ୭୬,୨୯୩.୬୦ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍‌ଟି ୩୦୯ ପଏଣ୍ଟ (୧.୩୨%) ହ୍ରାସ ପାଇ ୨୩,୦୭୧ ପଏଣ୍ଟରେ ବନ୍ଦ ହୋଇଛି। ମେଟାଲ୍ ଏବଂ ଆଇଟି ଇଣ୍ଡେକ୍ସ ପ୍ରାୟ ୧.୫୦% ନିମ୍ନଗାମୀ ହୋଇଥିବା ବେଳେ ମଙ୍ଗଳବାର ଷ୍ଟକ୍ ମାର୍କେଟ୍ କାରବାର ବନ୍ଦ ହୋଇଛି। ଫଳରେ ନିବେଶକମାନେ ପ୍ରାୟ ୯.୨୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଅର୍ଥାତ୍ ଗତ ୫ କାର୍ଯ୍ୟ ଦିବସରେ ନିବେଶକମାନେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ଗତ ୬ ବ୍ୟବସାୟିକ ଦିନରେ ସେନ୍‌ସେକ୍ସ ପ୍ରାୟ ୨୨୯୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇଛି। ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ମିଡ୍ କ୍ୟାପ୍‌ରେ ୧୨୧୬ ପଏଣ୍ଟ (୨.୮୮%) ହ୍ରାସ ପାଇ ୪୦,୯୪୬ ପଏଣ୍ଟରେ ସ୍ଥିର ହୋଇଥିବା ବେଳେ ବିଏସ୍‌ଇ ସ୍ମଲ୍ କ୍ୟାପ୍ ୧୬୬୫ ପଏଣ୍ଟ (୩.୪୦%) ହ୍ରାସ ପାଇ ୪୭,୩୬୯ ପଏଣ୍ଟକୁ ଖସିଆସିଛି। ମଙ୍ଗଳବାର ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ହାରାହାରି ମାର୍କେଟ୍ କ୍ୟାପ୍ ୪୦୮ଲକ୍ଷ କୋଟି ଟଙ୍କା ହିଁ ରହିଯାଇଛି, ଯେତେବେଳେ କି ସୋମବାର କାରବାର ଶେଷବେଳକୁ ଏହା ୪୧୭ ଲକ୍ଷ କୋଟି ଟଙ୍କା ରହିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ନୀତି ସହ ସଦ୍ୟ ଷ୍ଟିଲ୍ ଏବଂ ଆଲୁମିନିୟମ୍ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ ଘୋଷଣା ସାମ୍ନାକୁ ଆସିବା ପରେ ବୈଶ୍ୱିକ ବଜାରରେ ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking