30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶ୧୦୯ ପଏଣ୍ଟ କମିଲା ସେନସେକ୍ସ

୧୦୯ ପଏଣ୍ଟ କମିଲା ସେନସେକ୍ସ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଭାରତୀୟ ସେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ରିପୋର୍ଟ ଅନୁସାରେ ବର୍ଷ ଶେଷ ଦିନରେ ବିଏସ୍‌ଇ ସେନସେକ୍ସ ହ୍ରାସ ସହିତ କାରବାର ଶେଷ କରିଛି। ତେବେ ଏନ୍‌ଏସ୍‌ଇ ନିଫଟି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛ। ସେନସେକ୍ସ ୧୦୯ ପଏଣ୍ଟ ହ୍ରାସ ପାଇ ୭୮୧୩୯.୦୧ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫଟି ୧୩ ପଏଣ୍ଟ ବୃଦ୍ଧି ସହ ୨୩,୬୫୮.୧୫ ପଏଣ୍ଟରେ ବନ୍ଦ ହୋଇଛି। ଏସବୁ ମଧ୍ୟରେ ଅର୍ଥନୀତି ବିଶାରଦମାନେ ମତପୋଷଣ କରିଛନ୍ତି ଯେ, ୨୦୨୪ ପରି ୨୦୨୫ରେ ବି ଭାରତୀୟ ଷ୍ଟକ୍ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ।

ବିଶ୍ୱର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଲାଗି ରହିବା ଓ ଅର୍ଥନୀତିରେ ଅସ୍ଥିରତା ଏହାର କାରଣ ରହିବ। ଏହା ସତ୍ତ୍ୱେ ସେନସେକ୍ସ ୯୪୩୦୦ ପଏଣ୍ଟ ଓ ନିଫଟି ୨୮୩୦୦ ପଏଣ୍ଟ ଛୁଇଁବାର ସମ୍ଭାବନା ରହିଛି। ପ୍ରକାଶ, ୨୦୨୪ ବର୍ଷ ଭାରତୀୟ ଷ୍ଟକ ବଜାର ନିବେଶକଙ୍କ ପାଇଁ ଅତ୍ୟନ୍ତ ଅସ୍ଥିର ରହିଥିଲା। ଏହାସତ୍ତ୍ୱେ ନିଫ୍ଟି ୨୬୩୦୦ର ନୂତନ ଉଚ୍ଚସ୍ତରରେ ପହଞ୍ଚିଥିଲା, କିନ୍ତୁ ହ୍ରାସ ପାଇବା ସହ ନିଫଟି ଏହାର ଲାଭ ହରାଇଛି। ନିଫ୍ଟି ଚଳିତ ବର୍ଷ ନିବେଶକମାନଙ୍କୁ ପ୍ରାୟ ୧୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ମିଡ୍ ଏବଂ ସ୍ମଲକ୍ୟାପ୍ ଷ୍ଟକ୍ ଗୁଡ଼ିକ ଦୃଢ଼ ପ୍ରଦର୍ଶନ ପ୍ରଦର୍ଶନ କରିଛନ୍ତି ଏବଂ ୨୦୨୪ରେ ୨୫ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛନ୍ତି। ୨୦୨୪ରେ ନିଫଟି ୯ ପ୍ରତିଶତ ଓ ସେନସେକ୍ସ ୮ ପ୍ରତିଶତ ବୃଦ୍ଧି ପାଇଛନ୍ତି। କ୍ରମାଗତ ୯ ବର୍ଷ ପାଇଁ ସେନସେକ୍ସ ଓ ନିଫ୍‌ଟି ନିଜର ବାର୍ଷିକ ଅଭିବୃଦ୍ଧି ବଜାୟ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking