28.1 C
Bhubaneswar
Monday, December 15, 2025
Homeଓଡିଶାବରିଷ୍ଠ ନାଗରିକଙ୍କ ରାମେଶ୍ୱର ଓ ମଦୁରାଇ ଅଭିମୁଖେ ଯାତ୍ରା

ବରିଷ୍ଠ ନାଗରିକଙ୍କ ରାମେଶ୍ୱର ଓ ମଦୁରାଇ ଅଭିମୁଖେ ଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତିର୍ଥଯାତ୍ରା ଯୋଜନା ରେ ଆଜି ରାୟଗଡା ଜିଲ୍ଲା ରୁ 775 ଜଣ ତୀର୍ଥଯାତ୍ରୀ ରାମେଶ୍ୱର ଓ ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ରାୟଗଡା ରେଳବାଇ ଷ୍ଟେସନରୁ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ରାୟଗଡା,ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନୂଆପଡା ଜିଲ୍ଲା ର 775 ଜଣ ତୀର୍ଥଯାତ୍ରୀ ରାୟଗଡା ରେଳବାଇ ଷ୍ଟେସନରୁ ଏ ସ୍ୱତନ୍ତ୍ର ଟ୍ରେନ ସାତ ଦିନ ପର୍ଯ୍ୟନ୍ତ ତିର୍ଥଯାତ୍ରା କରି ଫେରିବେ । ଏହି ଅବସରରେ ରାୟଗଡା ରେଳବାଇ ଷ୍ଟେସନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଟ୍ରେନର ଶୁଭାରମ୍ଭ କରିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁରକ୍ଷିତ ଓ ମଙ୍ଗଳମୟ ହେଉ ବୋଲି ମତ ପ୍ରକାଶ କରିଥିଲେ । ଅପରପକ୍ଷେ ରାଜ୍ୟ ସରକାର ତୀର୍ଥଯାତ୍ରୀ ଙ୍କ ନିମନ୍ତେ ସମସ୍ତ ସୁବିଧା କରିଥିବାରୁ ସରକାରଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ନାଗରିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking